ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ବିଜେପିକୁ ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି ଆକ୍ଷେପ କଲେ ନବୀନ

Published By : Prameya-News7 Bureau | October 02, 2018 IST

ଭୁବନେଶ୍ୱର ୨/୧୦ : ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି | ଆଜିଠାରୁ ୧ ମାସ ପର୍ଯ୍ୟନ୍ତ ଜଣ ସମ୍ପର୍କ ପଦଯାତ୍ରା କରିବ ବିଜୁ ଜନତା ଦଳ | ରାଜ୍ୟ ସରକାରଙ୍କ ସମସ୍ତ ଯୋଜନାକୁ ବିଜେଡିର ପଦଯାତ୍ରାରେ ଲିକାଭିମୁଖୀ କରିବାକୁ ପ୍ରୟାସ କରିଛି ଦଳ | ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଝରଣା ସାହିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦଯାତ୍ରାର ଉଦଘାଟନ କରିଛନ୍ତି | ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ନବୀନ | ମୋଦି ସରକାରଙ୍କୁ ଆକ୍ଷେପ କରି ଫମ୍ପା ମାଠିଆର ଶବ୍ଦ ବେଶୀ ବୋଲି କହିଛନ୍ତି ନବୀନ ପଟ୍ଟନାୟକ | ୨୦୧୪ ନିର୍ବାଚନ ବେଳେ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ନେଇ ପ୍ରତିଶୃତି ଦେଇଥିଲା ବିଜେପି | ଯାହା ପାଇଁ ଓଡ଼ିଶାବାସୀ ଏବେ ଯାଏଁ ଅପେକ୍ଷା କରିଛନ୍ତି ବୋଲି କହିଛନ୍ତି ନବୀନ | ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେପି କହିଛି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଓଡିଶାର ମାନଦଣ୍ଡ ନାହିଁ | ୧୪ତମ ଅର୍ଥ କମିଶନରେ ଓଡିଶାକୁ ପ୍ରଚୁର ଅର୍ଥ ଦିଆଯାଇଛି | ଅନୁଦାନ ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି ରାଜ୍ୟ ସରକାର | ସେହିଭଳି ଆୟୁସ୍ମାନ ଯୋଜନାରୁ ଓଡ଼ିଶାବାସୀଙ୍କୁ ବଂଚିତ ରଖିଛନ୍ତି ରାଜ୍ୟ ସରକାର | ଏପଟେ ବିଜୁ ସ୍ୱାସ୍ଥ୍ୟ ଯୋଜନା ଠିକ ଭାବେ କାର୍ଯ୍ୟ ହେବ ନେଇ ସନ୍ଦେହ ପ୍ରକାଶ ପାଇଛି | ନିର୍ବାଚନ ପୂର୍ବରୁ ବିଜେଡିର ଏହା କେବଳ ଫମ୍ପା ଆବାଜ ବୋଲି ବିଜେପିର ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.