oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

କାର୍ଯ୍ୟକାରିଣୀରେ ନବୀନଙ୍କ ଓଡିଆ କାର୍ଡ , ଓଡ଼ିଶାର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି, ରାଜ୍ୟବାସୀ ହିଁ ବିଜୁ ଜନତା ଦଳର ବସ୍

18/12/2020 at 6:50 PM

ଭୁବନେଶ୍ଵର ୧୮।୧୨: ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରିଣୀରେ ଓଡ଼ିଆ କାର୍ଡ଼ ଖେଳିଲେ ନବୀନ । ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଦୋହରାଇ ଉଭୟ ବିଜେପି ଓ କଂଗ୍ରେସକୁ କଲେ ଟାର୍ଗେଟ୍ । କହିଲେ ଓଡ଼ିଶା ଅନନ୍ୟ ପରିଚୟର ସୁରକ୍ଷା ପାଇଁ ବିଜେଡି ହିଁ ଲଢ଼େଇ କରୁଛି । ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼ । ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ନବୀନଙ୍କ ଏଭଳି ଟାର୍ଗେଟକୁ କାଉଣ୍ଟର କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

କେନ୍ଦ୍ର ବିରୋଧରେ କଡ଼ା ଆଭିମୁଖ୍ୟ ପୋଷଣ କରି ବିଜେଡି ସୁପ୍ରିମୋ କହିଛନ୍ତି,  ଜାତୀୟ ଦଳଗୁଡ଼ିକର ମୁଖ୍ୟ ଫୋକସ ହେଲା ହିନ୍ଦୀ । କିନ୍ତୁ ଓଡ଼ିଶାର ଭାଷା, ସଂସ୍କୃତି ଆମ ପାଇଁ ବଡ଼। ଜାତୀୟ ଦଳଗୁଡ଼ିକ ପାଇଁ ଏହାର ମୂଲ୍ୟ କିଛି ନାହିଁ । ସେମାନଙ୍କ ଲକ୍ଷ୍ୟ କେବଳ ନିର୍ବାଚନ ଜିତିବା ଓ କ୍ଷମତା ଦଖଲ କରିବା । ଆଉ ସେସବୁ ଦଳର ରାଜ୍ୟ ନେତାଙ୍କ ଲକ୍ଷ୍ୟ ହେଲା ଜାତୀୟ ନେତାଙ୍କୁ ଖୁସି କରି ପଦବୀ ହାସଲ କରିବା । ହେଲେ ଆଞ୍ଚଳିକ ଦଳ ହସାବରେ ବିଜେଡି ହିଁ ରାଜ୍ୟବାସୀଙ୍କ ସ୍ବାର୍ଥ ପୂରଣ କରିପାରିବ। ଏଠି ରାଜ୍ୟରେ ବିଜେପି ଓ କଂଗ୍ରେସ ଦିଲ୍ଲୀ ରିମୋଟ କଣ୍ଟ୍ରୋଲରେ ଚାଲୁଛି । ହେଲେ ବିଜେଡିର ଦିଲ୍ଲୀରେ କେହି ବସ୍ ନାହାନ୍ତି । ଏଠି ଓଡ଼ିଶାବାସୀ ହିଁ ବିଜୁ ଜନତା ଦଳର ବସ୍ । ଓଡ଼ିଶାର ଅନନ୍ୟ ପରଚୟର ସୁରକ୍ଷା ପାଇଁ ସଦାସର୍ବଦା ଲଢ଼େଇ କରି ଆସୁଛି ବିଜେଡି । ବିଜେଡି ହିଁ  ରାଜ୍ୟ ଯୁବ ସମାଜର ଆଶା, ଅଭିଳାଷ ତଥା ଓଡ଼ିଶାବାସୀଙ୍କ ଆଶା ଆକାଂକ୍ଷା ପୂରଣ  କରିବ ବୋଲି କହିଛନ୍ତି ନବୀନ।

ସେହିଭଳି ପୌର ନିର୍ବାଚନ ପୂର୍ବରୁ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା ଉଠାଇ କେନ୍ଦ୍ରକୁ ଘେରିଛନ୍ତି ନବୀନ । ନିର୍ବାଚନ ବେଳେ ଉଭୟ ବିଜେପି ଓ କଂଗ୍ରେସ ଇସ୍ତାହାରରେ ସ୍ବତନ୍ତ୍ର ପାହ୍ୟା କଥା କହିଥିଲେ । ହେଲେ ନିର୍ବାଚନ ପରେ ସବୁ କଥା ଭୁଲି ଯାଇଛନ୍ତି । ତେବେ ସାଧାରଣ ନିର୍ବାଚନର ଦେଢ଼ବର୍ଷ ପରେ କେନ୍ଦ୍ରର ବିଜେପି ସରକାର ଓ କଂଗ୍ରେସକୁ ନବୀନଙ୍କ ଏଭଳି ଟାର୍ଗେଟ୍ ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ବିଜେପି କହିଛି କେନ୍ଦ୍ରରେ କ୍ଷମତାକୁ ଆସିବା ପରେ ମୋଦି ସରକାର ଓଡ଼ିଶାକୁ ଅଧିକ ଫୋକସ କରିଛନ୍ତି । ସେହିଭଳି ବିଜେଡି ସୁପ୍ରିମୋଙ୍କ କଥାକୁ କାଉଣ୍ଟର କରିଛି କଂଗ୍ରେସ।

ବିଜେଡି ସହ ସମ୍ପର୍କକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ଅନେକ ସମୟରେ ପରସ୍ପରକୁ ଟାର୍ଗେଟ୍ କରୁଥିବା ବେଳେ ଉଭୟ ଦଳଠାରୁ ସମଦୂରତା କଥା କହୁଥିବା ନବୀନ ଆଜିର ଭାଷଣରେ ଏହାକୁ ପୁଣି ଥରେ ସ୍ପଷ୍ଟ କରିବାକୁ ଚାହିଁଛନ୍ତି । କେନ୍ଦ୍ର ଅବହେଳା ଓ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ଦାବି ଉଠାଇବା ହିଁ ଏହାର ଉଦାହରଣ ହୋଇପାରେ । ଆଗକୁ ପୌର ନିର୍ବାଚନ ଓ ପରେ ପରେ ପଞ୍ଚାୟତ ନିର୍ବାଚନକୁ ନେଇ ନବୀନ ଏଭଳି ଓଡ଼ିଆ କାର୍ଡ଼ ଖେଳିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ଡକ୍ଟର ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ  ବିଜେଡି ରାଜ୍ୟ ସାଧାରଣ ସଂପାଦକ(ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜ, ରାଜ୍ୟ ସାଧାରଣ ସଂପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ସଂପାଦକ(ଯୁବ ବ୍ୟାପାର) ଅମରେଶ ପତ୍ରୀ,  ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୁବ ନେତୃତ୍ଵଗଣ ଯୋଗ ଦେଇ ଯୁବ ନେତାମାନଙ୍କୁ ଉତ୍ସାହିତ କରିଥିଲେ। ଉପସ୍ଥିତ ସମସ୍ତ ଅତିଥି ବୃନ୍ଦ ସାଂଗଠନିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଚାରି ଜଣ ଯୁବ ନେତାଙ୍କୁ ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ।

ଅନ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଶୁଭେନ୍ଦୁ ମଙ୍ଗରାଜ, ମହାସଚିବ ଏଲିନା ଦାସ, ବରିଷ୍ଠ ଉପସଭାପତି, ଉପ ସଭାପତି, ସାଧାରଣ ସଂପାଦକ, ସଂପାଦକ, ଯୁଗ୍ମ ସଂପାଦକ, ସମସ୍ତ ଜୋନର ସଭାପତି ଓ ୩୫ଟି ସାଂଗଠନିକ ଜିଲ୍ଲାର  ଜିଲ୍ଲାସଭାପତିମାନେ କାର୍ଯ୍ୟକାରିଣୀ  ବୈଠକରେ ଯୋଗ ଦେଇଥିଲେ।

   Related Posts