କନକଙ୍କ ମନ୍ତବ୍ୟକୁ 'ନନ୍‌ସେନ୍ସ' କହିଲେ ନବୀନ

Published By : Prameya-News7 Bureau | February 05, 2019 IST

ଭୁବନେଶ୍ବର ୫|୧: ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଆଜି ଚିଟଫଣ୍ଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩ଟି ପ୍ରଶ୍ନ ପଚାରିଥିଲେ । ପ୍ରଥମ ପ୍ରଶ୍ନ ହେଉଛି ଅତୀତରେ ଚିଟଫଣ୍ଡ ମାମଲାରେ ସିବିଆଇ ଜେରା କରିଥିବା ସରୋଜ ସାହୁ କିଏ ? ଦ୍ବିତୀୟ ପ୍ରଶ୍ନଟି ହେଲା ୩ଶହ କୋଟି ଟଙ୍କାର କର୍ପସ ଫଣ୍ଡ୍ କୁଆଡେ ଗଲା ? ଶେଷ ଏବଂ ଗୁରୁତ୍ବପୂର୍ଣ୍ଣ କଥାଟି ହେଲା ଯେ ନବୀନଙ୍କୁ ସିବିଆଇ ନୋଟିସ୍ କରିଛି କି ନାହିଁ, ଏକଥା ମୁଖ୍ୟମନ୍ତ୍ରୀ ନିଜେ ସ୍ପଷ୍ଟ କରିବେ କି ? ତୃତୀୟ ପ୍ରଶ୍ନଟି ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାବେଳେ ବିଭିନ୍ନ ମହଲରେ ଆଲୋଚନା ହେଉଥିବାରୁ ସେ ସ୍ପଷ୍ଟୀକରଣ ଚାହୁଁଥିବା ପ୍ରକାଶ କରିଥିଲେ । ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଅମିତ ଶାହଙ୍କ ଗସ୍ତ, ବିଧାନସଭା ଘେରାଉ କାର୍ଯ୍ୟକ୍ରମରେ ପୁନମ ମହାଜନଙ୍କ ଯୋଗଦାନ ସଂପର୍କରେ ସୂଚନା ଦେବା ପାଇଁ  ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେ.ଭି . ଏହା କହିଛନ୍ତି । ପଶ୍ଚିମବଙ୍ଗରେ ଚାଲିଥିବା ସିବିଆଇ ବିବାଦ ନେଇ ସାମ୍ବାଦିକମାନେ କେଭିଙ୍କ ମତାମତ ଜାଣିବାକୁ ଚାହିଁଥିଲେ । ତେବେ କେଭି କହିଥିଲେ ଯେ ପଶ୍ଚିମବଙ୍ଗ କଥା ସମସ୍ତେ ଦେଖୁଛନ୍ତି ଓ ଜାଣୁଛନ୍ତି । ସେ ଓଡିଶା ଚିଟଫଣ୍ଡ ଦୁର୍ନୀତି ପ୍ରସଙ୍ଗରେ ୩ଟି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାନ୍ତି ।

ଅପରପକ୍ଷରେ  କେଭିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ନବୀନ ତାତ୍ସଲ୍ୟଭରା ସ୍ବରରେ କେବଳ ଆବସୋଲ୍ୟୁଟଲି ନନସେନ୍ସ  ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.