କର୍ମୀହିଁ ଦଳର ମେରୁ ଦଣ୍ଡ - ଦଳର ପ୍ରତିଷ୍ଠା ଦିବସରେ ଗୁରୁମନ୍ତ୍ର ଦେଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 26, 2019 IST

ଭୁବନେଶ୍ବର୨୬/୧୨: ବିଜେଡିର ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ନବୀନଙ୍କ ଗୁରୁମନ୍ତ୍ର । ଆଜି କର୍ମୀଙ୍କୁ ସ୍ପଷ୍ଟ କରିଛନ୍ତି ନବୀନ ଯେ ତାଙ୍କ ବିନା ଦଳ ଚାଲିପାରିବ । ଦଳ କାହା ଉପରେ ନିର୍ଭରଶୀଳ ନୁହେଁ । ଅର୍ଥାତ ଦଳର ନେତା ନୁହଁନ୍ତି କର୍ମୀହିଁ ଦଳର ମେରୁ ଦଣ୍ଡ ଏକଥା ସ୍ପଷ୍ଟ କହିଛନ୍ତି ନବୀନ ।  ୫ମ ପାଳିରେ ନବୀନ ପୁଣି ବିନା ବାଧାରେ କ୍ଷମତାକୁ ଆସିବା ପରେ ଉତ୍ସାହିତ ଅଛି ଦଳ । ସେଥିପାଇଁ ୨୩ ତମ ପ୍ରତିଷ୍ଠା ଦିବସକୁ ପ୍ରତି ନିର୍ବାଚନ ମଣ୍ଡଳୀରେ ପାଳନ କରୁଛି ବିଜେଡି । ଯେହେତୁ ଦଳର ବଡ ପୁଞ୍ଜି ହେଉଛନ୍ତି କର୍ମୀ ସେଥିପାଇଁ ଏଥର ଫୋକସରେ କର୍ମୀଙ୍କୁ ରଖି ସେମାନେ ହିଁ ଦଳର ସବୁକିଛି ବୋଲି ବାର୍ତ୍ତା ଦେଇଛନ୍ତି । ନବୀନ କହିଛନ୍ତି ବିଜେଡି ଏକ ରାଜନୈତିକ ଦଳ ନ ହୋଇ ଆନ୍ଦୋଳନରେ ପରିଣତ ହୋଇଛି । କେବଳ ସରକାର ଗଢିବା ପାଇଁ ନୁହେଁ ଲୋକଙ୍କ ହୃଦୟ ଜିତିବା ଦଳର ଲକ୍ଷ୍ୟ ବୋଲି ନବୀନ ତାଙ୍କ ଭାଷଣରେ କହିଛନ୍ତି।

{"id":203034,"sizeSlug":"large"}

 ସେହିପରି ୫ମ ପାଳିରେ କ୍ଷମତାକୁ ଆସିବା ପରେ ନବୀନ ସରକାରଙ୍କ ବଡି ଲାଙ୍ଗୁଏଜରେ ବଡ ପରିବର୍ତ୍ତନ ଆସିଛି । ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ଚଳଚଞ୍ଚଳ କରିବାକୁ ମୋ ସରକାର ଓ 5T କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ସରକାର । ସବୁ ବିଭାଗ ଧିରେ ଧିରେ ମୋ ସରକାର ଅଧିନକୁ ଆସୁଛି । ସଚିବ ଓ ମନ୍ତ୍ରୀ ମାନେ ଗ୍ରାଉଣ୍ଡ ଜିରୋରେ ଅବସ୍ଥା ଦେଖି ତୁରନ୍ତ ନିଷ୍ପତ୍ତି ନେବା ଲୋକଙ୍କ ମନକୁ ଛୁଇଁଲାଣି ।

{"id":203035,"sizeSlug":"large"}

ସେପଟେ ସରକାରୀ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ନବୀନ ସରକାର ବି ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ବିଭିନ୍ନ ସ୍କିମ ହେଉ କି ବନ୍ୟା ବାତ୍ୟା ପରିଚାଳନା, ଯାହାକୁ ପୁଞ୍ଜିକରି ଦଳ ଅଧିକ ଲୋକପ୍ରିୟତା ହାସଲ କରିବାରେ ଲାଗିଛି । ସେଥିପାଇଁ ନବୀନ କହିଛନ୍ତି, ଲୋକେ ଦଳକୁ ଭୋଟ ଦେଇଛନ୍ତି ଓଡିଶାର ସେବା ପାଇଁ । ହେଲେ ବିରୋଧିଙ୍କ ଯୁକ୍ତି ବିଜେଡି ଏବେ ବି ଏକ ପରିପକ୍ବ ଦଳ ହୋଇନି । ଲୋକଙ୍କୁ ସେବା ଦେବାରେ ସବୁ ସରକାରୀ ଯୋଜନା ଯେତେବେଳେ ଫେଲ୍ ସେତେବେଳେ ଦଳର ସଫଳତା କୁ ନେଇ ଖୁସି ମନାଇବା ବା କର୍ମୀଙ୍କ ପାଇଁ ବୀମା ଘୋଷଣା କରିବାରେ ମାନେ କିଛି ନାହିଁ ।

{"id":203036,"sizeSlug":"large"}

୨୦୧୯ ସାଧାରଣ ନିର୍ବାଚନ ରେ ଦଳ ପାଖାପାଖି ୫୦ ଲକ୍ଷ କର୍ମିଙ୍କ ସହାୟତାରେ ନିର୍ବାଚନ ଜିତିଥିଲା ବୋଲି ବିଜେଡି ଦାବି କରିଥିଲା । ଏବେ ଗାନ୍ଧି ଜୟନ୍ତୀରୁ ପଦଯାତ୍ରା କାର୍ଯ୍ୟକ୍ରମ ବେଳେ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରି ଏକ କୋଟିରେ ପହଁଚାଇଛି ଦଳ । ଯାହାକି ବିଜେଡିକୁ ରାଜ୍ୟର ସବୁଠୁ ବଡ ଦଳ ଭାବେ ଠିଆ କରିଛି ।

{"id":203037,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.