Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୂମିକମ୍ପରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୨.୫
  • ||
  • ଅବପାତର ରୂପ ନେଲା ଲଘୁଚାପ, ସୋମବାରଠୁ କମିବ ବର୍ଷା
  • ||
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ

15/07/2019 at 9:38 AM

ଭୁବନେଶ୍ବର ୧୫/୭: ବିଜେଡିର ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରିବେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ। ପ୍ରତି ଦୁଇ ମାସରେ ଥରେ କାର୍ଯ୍ୟକ୍ରମ ନେଇ ଦଳ ସଭାପତିଙ୍କୁ ରିପୋର୍ଟ ଦେବେ ସାଂସଦ । ସାଂସଦମାନେ ନିଜ ଅଞ୍ଚଳ ଗସ୍ତ କରି ଅଞ୍ଚଳବାସୀଙ୍କ ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ କରିବେ ।

ପ୍ରତି ଦୁଇ ମାସରେ ଥରେ ୧୦ ତାରିଖ ସୁଦ୍ଧା ସାଂସଦ ମାନେ ଦଳର ସଭାପତିଙ୍କୁ ଲିଖିତ ଭାବେ ରିପୋର୍ଟ ଦେବେ, ଯାହାର ସମୀକ୍ଷା କରିବେ ନବୀନ । ଆସନ୍ତା  ଅଗଷ୍ଟ ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ସେହିପରି ରାଜ୍ୟବାସୀଙ୍କ ବିଭିନ୍ନ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସଠିକ୍ ଭାବେ ସଂସଦରେ ଉଠାଇ ଲୋକଙ୍କର ଶ୍ରଦ୍ଧାଭାଜନ ହେବାକୁ ନବୀନ ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କୁ ଚିଠି ଲେଖିଛନ୍ତି ।

ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେଡିକୁ ଜନସାଧାରଣ ସେବା କରିବାର ସୁଯୋଗ ଦେଇଛନ୍ତି । ଲୋକସଭାରେ ବିଜେଡିକୁ ସର୍ବାଧିକ ଆସନରେ ବିଜୟୀ କରିଛନ୍ତି । ତେଣୁ ଉଭୟ ରାଜ୍ୟ ଓ କେନ୍ଦ୍ରରେ ବିଜେଡି ସାଂସଦଙ୍କ ଉତ୍ତରଦାୟିତ୍ବ ସର୍ବାଧିକ ବୋଲି ଲେଖିଛନ୍ତି ନବୀନ।

   Related Posts