ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ କରିପାରନ୍ତି ୱାନ୍ ଟୁ ୱାନ୍ ଆଲୋଚନା

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର ୮/୭: ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ନିଜ ବିଭାଗର ମାସିକିଆ ରିପୋର୍ଟ ଦାଖଲ କରିଛନ୍ତି ସମସ୍ତ ମନ୍ତ୍ରୀ । ପ୍ରତି ମାସ ୭ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀ ନିଜ ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ମାସଠାରୁ ହିଁ ନିୟମ କାର୍ଯ୍ୟକାରୀ ହୋଇଛି । 

ଆଜିଠାରୁ  ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟଗୁଡ଼ିକୁ ସମୀକ୍ଷା କରିବେ । ଆବଶ୍ୟକ ହେଲେ ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ମଧ୍ୟ କରିପାରନ୍ତି ମୁଖ୍ୟମନ୍ତ୍ରୀ । ଗଲା ମାସେ ମଧ୍ୟରେ ପ୍ରତି ବିଭାଗ କଣ କାମ କରିଛି ସେ ସଂପର୍କରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଉପରେ ସମୀକ୍ଷା ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.