ପାଟକୁରାର ସ୍ଥାନୀୟ ନେତାଙ୍କ ସହ ନବୀନଙ୍କ ଆଲୋଚନା : ସ୍ଥାନୀୟ ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ବୁଝାଇବାକୁ ପ୍ରୟାସ

Published By : Prameya-News7 Bureau | July 08, 2019 IST

ଭୁବନେଶ୍ବର ୮/୭: ପାଟକୁରା ନିର୍ବାଚନ ଜିତିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ । ସେଥିପାଇଁ ମାଳ ମାଳ ନେତା ପାଟକୁରାରେ ଡେରା ପକାଇଲେଣି । ଆଉ ଏପଟେ ପାଟକୁରାର ସ୍ଥାନୀୟ ଅସନ୍ତୁଷ୍ଟ ନେତାଙ୍କ ସହ ନବୀନ ଆଲୋଚନା କରୁଛନ୍ତି । ବିଜେଡି ରଣନୀତିକୁ ଯେମିତି ଅସନ୍ତୁଷ୍ଟ ସ୍ଥାନୀୟ ନେତା ଓଲଟପାଲଟ ନକରିଦିଅନ୍ତି ସେଥିପାଇଁ ସବୁପ୍ରକାର ସତର୍କତା ଅବଲମ୍ବନ କରାଯାଉଛି ।

ଆଉ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଆଲୋଚନା କରୁଛନ୍ତି । ପାଚକୁରାକୁ ବିଜେପି ସ୍ବାଭିମାନର ପ୍ରଶ୍ନ କରିଛି । ଏପରି ସ୍ଥଳରେ ବିଜେଡି-ବିଜେପି ଭିତରେ ଲଢେଇ ଜୋରଦାର ହେବ । ତେଣୁ ନବୀନ ନିଜେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି । ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାକୁ ପ୍ରୟାସ କରୁଛନ୍ତି ମୁଖ୍ୟମନ୍ତ୍ରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.