ଚମକିବ ସିଲଭର ସିଟି : କଟକ ୬ ଲେନ ହେବ ରିଂ ରୋଡ

Published By : Prameya-News7 Bureau | January 23, 2020 IST

କଟକ ୨୩/୧: କଟକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନେତାଜୀ ସଂଗ୍ରହାଳୟ ଯାଇ ସେଠାରେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥଲେ । ଏହାପରେ ମୁଖ୍ୟମନ୍ତ୍ରୀ କଟକ ହାଡିଆପଠାରେ SCB ପ୍ରସ୍ତାବିତ ଦ୍ବିତୀୟ କ୍ୟାମ୍ପସ ନେଇ ଅନୁଧ୍ୟାନ କରିଛନ୍ତି ।

SCB ଦ୍ବିତୀୟ କ୍ୟାମ୍ପସର ନକ୍ସା ଦେଖିଲେ ନବୀନ । ରିଂ ରୋଡ ୬ଲେନ୍ ବିଶିଷ୍ଟ ହେବ। ବିକାଶ ପାଇଁ ୧୫ଶହ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି ସରକାର । ଫେବୃଆରୀ ୨୮ତାରିଖ ସୁଦ୍ଧା ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇ ମାର୍ଚ୍ଚ ପହିଲାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା ରଖିଛନ୍ତି ରାଜ୍ୟ ସରକାର । ଫାଇଭ ଟି ସଚିବଙ୍କ ସହ ମନ୍ତ୍ରୀ, ବିଭାଗୀୟ ସଚିବ, ଅଧିକାରୀମାନେ ଉପସ୍ଥିତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.