ନୂଆଦିଲ୍ଲୀ ୦୯/୦୮: ବ୍ରୋଞ୍ଜ ଜିତିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଭିଡିଓ କଲ୍ କରି ଭାରତୀୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ । ନବୀନ କହିଥିଲେ, ‘ସମସ୍ତଙ୍କୁ ବହୁତ ବହୁତ ଶୁଭେଚ୍ଛା । ନବୀନ କହିଛନ୍ତି, କିଛି ଦଶନ୍ଧି ପରେ ହକି ଟିମକୁ କ୍ରମାଗତ ଦୁଇଟି ପଦକ ମିଳିଛି । ଏହି ସଫଳତାରେ ପ୍ରତିଟି ଭାରତୀୟ ଗର୍ବରେ ଫାଟି ପଡ଼ୁଛନ୍ତି । ବ୍ୟକ୍ତିଗତ ଭାବେ ମୋ ପାଇଁ ଏହା ଭାବବିହ୍ୱଳ ମୁହୂର୍ତ୍ତ । ହକିର ସେହି ଆନନ୍ଦମୟ ଦିନଗୁଡ଼ିକ ଫେରିଆସୁ ।
ତୁମ ସଫଳତାରେ ସାରା ଦେଶ ଆଜି ଗର୍ବିତ । ତୁମେ ଚମତ୍କାର ପ୍ରଦର୍ଶନ କଲ ।’ ସେପଟେ ଅମିତ ରୋହିଦାସଙ୍କ ସହ ହର୍ମନପ୍ରୀତ ସିଂ, ପିଆର ଶ୍ରୀଜେଶ ପ୍ରମୁଖ ଖେଳାଳି ଭିଡିଓ କଲରେ ରହିଥିଲେ । ଖେଳାଳିମାନେ ଦେଶ ପାଇଁ ଅଧିକରୁ ଅଧିକ ଗୌରବ ଆଣନ୍ତୁ ବୋଲି
ଅମିତ କହିଥିଲେ, ‘ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।
ସେପଟେ ଅମିତ କହିଥିଲେ, ‘ ସାର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ । ଆପଣ ଆମକୁ ଏତେ ଦୂର ପହଞ୍ଚାଇଛନ୍ତି । ଆପଣଙ୍କ ସମୟରେ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ହୋଇଥିଲା। ଆପଣ ଆମକୁ ଏତେ ଦୂର ପହଞ୍ଚାଇଛନ୍ତି । ଆପଣଙ୍କ ସମୟରେ ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ହୋଇଥିଲା ।