ମିଶନ୍ ଶକ୍ତି ମହିଳାଙ୍କ ଦରମା ବନ୍ଦ୍‌କୁ ବିରୋଧ କଲେ ନବୀନ, କହିଲେ ଏହା ନିନ୍ଦନୀୟ

Published By : Prameya-News7 Bureau | December 10, 2024 IST

ଭୁବନେଶ୍ୱର ୧୦/୧୨: ମିଶନ ଶକ୍ତି କର୍ମୀଙ୍କୁ ବିଜେଡିର ସମର୍ଥନ । ବିଧାନସଭା ଶୀତକାଳୀନ ଅଧିବେଶନର ପ୍ରଶ୍ନକାଳରେ ଏହାକୁ ନେଇ ବିରୋଧି ଦଳ ଗୃହରେ ପ୍ରତିବାଦ କରିଛନ୍ତି । ବିଜେଡି ବିଧାୟକ ଆନ୍ଦୋଳନରତ ମିଶନ ଶକ୍ତି କର୍ମୀଙ୍କୁ ଭେଟିବାକୁ ଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ମିଶନ ଶକ୍ତି କର୍ମୀଙ୍କ ପ୍ରତି ନିଜ ସମର୍ଥନ ବ୍ୟକ୍ତ କରିଛନ୍ତି । 

ସାମ୍ବାଦିକଙ୍କୁ ଦେଇଥିବା ପ୍ରତିକ୍ରିୟାରେ ନବୀନ କହିଛନ୍ତି ଯେ, ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିବାକୁ ରାଜ୍ୟ ବିଜେପି ସରକାର ଷଡ଼ଯନ୍ତ୍ର କରୁଛନ୍ତି । ମିଶନ ଶକ୍ତି କର୍ମୀଙ୍କ ପ୍ରତି ବିଜେଡିର ସମର୍ଥନ ଜାରି ରହିବ ବୋଲି ନବୀନ କହିଛନ୍ତି । ରାଜ୍ୟ ସରକାର ମିଶନ ଶକ୍ତି କର୍ମୀଙ୍କ ଦରମା ବନ୍ଦ କରିଛନ୍ତି । ଦରମା ବନ୍ଦ କରିବା ଆଦୌ ଭଲ ନୁହେଁ । 


ସୂଚନା ଥାଉକି,  ମିଶନ ଶକ୍ତିକୁ ଶକ୍ତି ଯୋଗାଅ, ତାକୁ ଶକ୍ତିହୀନ କରିବାକୁ ଚକ୍ରାନ୍ତ କରନି । ୩ଦଫା ଦାବି ନେଇ ସୋମବାର ଲୋୟର ପିଏମଜିରେ ଅଲ ଓଡ଼ିଶା ଜିପିଏଲଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଥିଲା । ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ପ୍ରସଙ୍ଗ ଉଠାଇବା ସହ ରାଜ୍ୟ ସରକାରଙ୍କ ଉପରେ

ବର୍ଷିଥିଲେ । 

ତେବେ ବିରୋଧୀଙ୍କୁ କଡ଼ା ଜବାବ ଦେଇଥିଲା ଶାସକ ବିଜେପି । ବାଲେଶ୍ୱର ସଦର ବିଧାୟକ ମାନସ ଦତ୍ତ କହିଥିଲେ, ମହିଳାମାନଙ୍କ କଥା କହି ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି । ମିଶନଶକ୍ତି ମହିଳାମାନଙ୍କୁ ୫ବର୍ଷିଆ ଠିକା ଚାକିରି ମିଳିବ ବୋଲି ବିଜେଡି ସରକାର ହିଁ ଯୋଜନା କରିଥିଲେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.