ବ୍ରହ୍ମପୁର ୨୪।୦୪ : ହିଞ୍ଜିଳିରୁ ସୁପ୍ରିମୋଙ୍କ ପ୍ରଚାର ଆରମ୍ଭ । ଜନସଭାରେ ଜୟ ଜଗନ୍ନାଥ କହି ସମ୍ବୋଧନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଲେ ସାଢେ ୪ କୋଟି ଓଡିଆ ମୋ ପରିବାର । ମୋ ଜୀବନ ଥିବା ଯାଏଁ ଆପଣମାନଙ୍କ ପାଇଁ ଲଢିବି । ହିଞ୍ଜିଳିରୁ ପ୍ରଚାର କରି ମୁଁ ବହୁତ ଖୁସି । ହିଞ୍ଜିଳିରୁ ହିଁ ଆରମ୍ଭ ହେଲା ବିଜେଡିର ଜୟ ଯାତ୍ରା । ଆପଣମାନେ ସବୁବେଳେ ମୋ ସହିତ ଅଛନ୍ତି । ଆପଣାମାନେ ମୋତ ସେବା କରିବାକୁ ସୁଯୋଗ ଦେଇଛନ୍ତି । ସେଥିପାଇଁ ମୁଁ ସାଢେ ୪ କୋଟି ଓଡିଆଙ୍କ କଲ୍ୟାଣ ପାଇଁ କାମ କରୁଛି । ହିଞ୍ଜିଳିରୁ ହିଁ ଆରମ୍ଭ ହୋଇଥିଲା ଆମ ହସ୍ପିଟାଲ ଯୋଜନା । ସେହିପରି ମା ତାରାତାରିଣୀରୁ ହିଁ ଆରମ୍ଭ ହୋଇଥିଲା ମନ୍ଦିର ପୁନଃରୁଦ୍ଧାର କାମ । ଆମେ ବିଏସ୍କେଓ୍ୱାଇ ଯୋଜନା ଦେଶରେ ପ୍ରଥମ । ପୁରା ମାଗଣାରେ ସମସ୍ତଙ୍କୁ ମେଡିକାଲର ସୁବିଧା ଯୋଗାଇ ଦିଆଯାଉଛି । ହିଞ୍ଜିଳି ଓ ଶେରଗଡ଼ ଆଜି ବିକାଶର ନୂଆ ମଡେଲ ସାଜିଛି ।
ସେହିପରି ହିଞ୍ଜିଳି ଜନସଭାରୁ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିକାଶ କାମରେ ବାଧା ସୃଷ୍ଟି କରୁଛି ବିରୋଧୀ । ଲଗାତର ଭାବେ ରାଜ୍ୟରେ ଅପପ୍ରଚାର କରୁଛନ୍ତି । ଏଭଳି କରି କେହି ସଫଳ ହେବେନାହିଁ । ତେଣୁ ଲୋକଙ୍କ ଆର୍ଶୀବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ ଏବଂ ଲୋକସଭାରେ ମଧ୍ୟ ବିଜେଡି ଭଲ କରିବ । ୨୦୩୬ ସୁଦ୍ଧା ରାଜ୍ୟ ଏକ ନମ୍ବର ହେବ ।