ବିଜେପୁର ଆସନ ଛାଡିଲେ ନବୀନ : ଗୋଟିଏ ତାରିଖରେ ହୋଇପାରେ ପାଟକୁରା ଓ ବିଜେପୁର ଉପ-ନିର୍ବାଚନ
3/06/2019 at 9:22 AM

ଭୁବନେଶ୍ୱର ୩/୬ : ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାଚସ୍ପତିଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଏଥିସହ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ନବୀନ । ଏଥର ଗଂଜାମ ଜିଲ୍ଲା ହିଞ୍ଜିଳି ଓ ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିଥିଲେ ନବୀନ । ଉଭୟ ଆସନରୁ ବିଜୟୀ ହୋଇଥିଲେ ନବୀନ । ତେବେ ନବୀନ କେଉଁ ଆସନକୁ ରଖିବେ ଏବଂ କେଉଁ ଆସନକୁ ଛାଡ଼ିବେ ତାକୁ ନେଇ ଆରମ୍ଭ ହୋଇଥିଲା କଳ୍ପନା ଜଳ୍ପନା । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନବୀନ ବିଜେପୁର ଆସନ ଛାଡିଛନ୍ତି । ତେବେ ପାଟକୁରା ନିର୍ବାଚନ ସହ ବିଜେପୁର ଉପ-ନିର୍ବାଚନ ହୋଇପାରେ ବୋଲି ଅନୁମାନ କରାଯାଉଛି ।
ବିଜେପୁର ବିକାଶ ଦାୟିତ୍ୱ ସେ ନିଜେ ତତ୍ୱାବଧାନ କରିବେ ବୋଲି କହିଥିଲେ । ବିଜେପୁର ପାଇଁ ପ୍ୟାକେଜ ଘୋଷଣା କରିଥିଲେ ନବୀନ ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023