ଚାଲିଛି ଭୋଟ୍ ଗଣତି : ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗୁଆ

Published By : Prameya-News7 Bureau | June 04, 2024 IST

ଭୁବନେଶ୍ବର ୪।୬: ଗଣତନ୍ତ୍ରର ମହାପର୍ବ । ଚାଲିଛି ଭୋଟ୍ ଗଣତି । ବନ୍ଦ ଇଭିଏମ୍‌ରୁ ବାହାରକୁ ଆସୁଛି ଫଳାଫଳ । ନିର୍ଦ୍ଧାରଣ ହେଉଛି ପ୍ରାର୍ଥୀଙ୍କ ଭାଗ୍ୟ । ଏହି ସଂଖ୍ୟା ଖେଳ ଭିତରେ କେତେବେଳେ କିଏ ଆଗକୁ ଯାଉଛି ତ କେତେବେଳେ ଆଉ କିଏ ପଛକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ନଜର ରହିଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦୁଇ ଆସନ ଉପରେ । ନବୀନ ପଟ୍ଟନାୟକ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ଆସନରେ ଆଗରେ ରହିଛନ୍ତି ।

କଣ୍ଟାବାଞ୍ଝି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକ ଆଗରେ ରହିଛନ୍ତି । ସେହିଭଳି ହିଞ୍ଜିଳି ଆସନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଶିଶିର କୁମାର ବାଗ୍‌ଙ୍କୁ ପଛରେ ପକାଇ ନବୀନ ଆଗରେ ରହିଛନ୍ତି ।

You Can Read :

ଜନାଦେଶ ୨୦୨୪, ଓଡିଶାରେ ୨୧ ଲୋକସଭା ଆସନରୁ ୧୮ରେ ବିଜେପି ଆଗୁଆ 

  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.