oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନୀତି ଆୟୋଗ ବୈଠକରେ ଏକାଧିକ ପ୍ରସ୍ତାବ ରଖିଲେ ମୁଖ୍ୟମନ୍ତ୍ରୀ : ନିର୍ବାଚନ ଓ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ମତ ସହ ବିଧାନସଭା-ଲୋକସଭାରେ ମହିଳା ସଂରକ୍ଷଣ କଥା ଦୋହରାଇଲେ

20/02/2021 at 2:49 PM

ଭୁବନେଶ୍ୱର,୨୦/୦୨:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକରେ ସାମିଲ ହୋଇଛନ୍ତି । ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଶାସନ ମୁଖ୍ୟ  ମଧ୍ୟ ଏଥିରେ ଯୋଗ ଦେଇଥିଲେ । ଭର୍ଚ୍ୟୁଆଲରେ ଆୟୋଜିତ ନୀତି ଆୟୋଗ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମତ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ।

ବୈଠକରେ ରାଜ୍ୟରେ ରେଳବାଇ, ଟେଲିକମ, ବ୍ୟାଙ୍କିଂ, କେନ୍ଦ୍ରୀୟ ଅନୁଦାନ କମାଯିବା, ଓଡିଶାକୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ଆଦି ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଉଠାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନିର୍ବାଚନ ପ୍ରକ୍ରିୟାରେ ସଂସ୍କାର ଆଣିବା ଜରୁରୀ । ଏହାସହ ବିଭିନ୍ନ ସମୟରେ ଅନେକ ରାଜନୈତିକ ଦଳ ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳା ସଂରକ୍ଷଣ ଉପରେ ମତ ଦେଉଛନ୍ତି ।  ଏହାକୁ ସତ କରିବାକୁ ହେବ । ନହେଲେ ଇତିହାସ କେବେବି କ୍ଷମା ଦେବ ନାହିଁ । ଦେଶ ବିକାଶ ରାସ୍ତାରେ ଆଗକୁ ବଢିବାକୁ ହେଲେ ସମସ୍ତ କ୍ଷେତ୍ରକୁ ଗୁରୁତ୍ୱ ଦେବାକୁ ପଡିବ ।

ଏହାସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରତିବର୍ଷ ଲକ୍ଷ ଲକ୍ଷ ପରୀକ୍ଷାର୍ଥୀ ୟୁପିଏସସି, ଏନଇଇଟି, ଜେଇଇ ଆଦି ପରୀକ୍ଷା ଦେଉଛନ୍ତି । ପରୀକ୍ଷାର ପ୍ରକ୍ରିୟାକୁ ତର୍ଜମା କରିବା ଆବଶ୍ୟକ । କିପରି ପରୀକ୍ଷାର୍ଥୀମାନେ ଅଧିକ ଅର୍ଥ ଦେଇ କୋଚିଂ କ୍ଲାସରୁ ବର୍ତ୍ତିବେ ସେନେଇ ମଧ୍ୟ ବିଚାର କରାଯିବା ଉଚିତ । କାରଣ ଅନେକ ଛାତ୍ରଛାତ୍ରୀ ଯେଉଁମାନେ ଗ୍ରାମାଞ୍ଚଳରେ ରୁହନ୍ତି ସେମାନେ ଅଧିକ ଅର୍ଥ ବ୍ୟୟ କରି କୋଚିଂ ନେବା ସମ୍ଭବ ନୁହେଁ । ଏହାସହ ନୀତି ଆୟୋଗ ପାଣିପାଗ ପରିବର୍ତ୍ତନ ଉପରେ ବିଚାର କରିବା ଆବଶ୍ୟକ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।

ଏତତ୍ ବ୍ୟତୀତ, ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ୧୯୭୮ରୁ ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଆଦିବାସୀଙ୍କୁ ଏସଟି ତାଲିକାରେ ସାମିଲ କରିବା ପାଇଁ ପ୍ରସ୍ତାବ ରହିଛି । ଏହା ଉପରେ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ । ସେହିପରି କରୋନା ମୁକାବିଲା ଭାରତ ଦୃଢ ଭାବେ କରିଛି । ଏବେବି ଆମେରିକା ଓ ୟୁରୋପର ଅନେକ ଦେଶ କରୋନା କବଳରୁ ମୁକୁଳିପାରି ନାହାଁନ୍ତି । ଦଳ ମତ ନିର୍ବିଶେଷରେ ସମସ୍ତେ ଯେପରି ଏକ ହୋଇ କରୋନାର ମୁକାବିଲା କରିଛନ୍ତି ତାହାକୁ ଇତିହାସ ମନେ ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

   Related Posts