ଅଷ୍ଟମ ଥର ଲାଗି ବିଜେଡିର ସଭାପତି ହେଲେ ନବୀନ ପଟ୍ଟନାୟକ
26/02/2020 at 10:05 AM

ଭୁବନେଶ୍ବର ୨୬।୨: ପୁଣି ବିଜୁ ଜନତା ଦଳର ସଭାପତି ହେଲେ ନବୀନ ପଟ୍ଟନାୟକ । ଅଷ୍ଟମ ଥର ଲାଗି ଦଳର ମୁଖିଆ ହୋଇଛନ୍ତି ନବୀନ । ବିଜେଡି ରାଜ୍ୟ ପରିଷଦ ବୈଠକରେ ବିଧିବଦ୍ଧ ଭାବେ ନବୀନଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି ।

୧୯୯୭ରେ ବିଜୁ ଜନତା ଦଳ ଗଠନ ପରଠାରୁ ଦୀର୍ଘ ୨୩ ବର୍ଷ ଧରି ଦଳର ସଭାପତି ପଦ ସମ୍ଭାଳି ଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଏହି ପଦ ସମ୍ଭାଳିବାକୁ ଯାଉଛନ୍ତି ।

ଗତ ୨୩ ତାରିଖରେ ବିଜେଡି ସଭାପତି ପଦ ପାଇଁ ନବୀନ ପଟ୍ଟନାୟକ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ନାମାଙ୍କନ ପାଇଁ ୧୦ ଜଣ ପ୍ରସ୍ତାବକ ଓ ସମର୍ଥକ ରହିଥିଲେ । ତେବେ ଆଜି ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯାଇଛି ।
Related Posts
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023