ସରକାରଙ୍କ ଚିନ୍ତା ବଢାଇଛି କରୋନା ଯୋଦ୍ଧାଙ୍କ ସଂକ୍ରମଣ : ବ୍ୟକ୍ତିଗତ ସୁରକ୍ଷା ଉପକରଣ ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ

Published By : Prameya-News7 Bureau | June 10, 2020 IST

କୋଭିଡ ଲଢେଇରେ ସାମିଲ ଥିବା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଛି । ଆଜି ଏମ୍‌ସରୁ ପୁଣି ୪ ଜଣ ସ୍ବାସ୍ଥ୍ୟ କର୍ମଚାରୀ ପଜିଟିଭ୍‌ ହୋଇଥିବା ବେଳେ ସେହିପରି ଆପୋଲୋ ହସ୍ପିଟାଲର ଜଣେ କର୍ମଚାରୀଙ୍କ ଠାରେ କୋଭିଡ୍‌ ଭୂତାଣୁ ଚିହ୍ନଟ ହୋଇଛି। ସେପଟେ କୋରନା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଭିଡିଓ କଫରେନିଂସିରେ ମୁଖ୍ୟମନ୍ତ୍ରୀ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ।

ଚିନ୍ତା ବଢାଉଛି କୋଭିଡ ଯୋଦ୍ଧାଙ୍କୁ ସଂକ୍ରମଣ । କରୋନା ଲଢେଇରେ ଆଗଧାଡ଼ିରେ ଥିବା ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ କରୋନା ଏବେ ବଢ଼ିବଢ଼ି ଚାଲିଛି। ଆଜି ଭୁବନେଶ୍ବର ଏମ୍‌ସରେ ଆଉ ୪ଜଣଙ୍କ ଠାରେ କୋଭିଡ୍‌ ଭୂତାଣୁ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରେ ଜଣେ ଡାକ୍ତରୀ ଛାତ୍ର ଏବଂ ୩ କର୍ମଚାରୀ ଅଛନ୍ତି । ପୂର୍ବରୁ ଏମ୍‌ସର ୫ ଜଣ ଡାକ୍ତରଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା । ଏମାନଙ୍କ ସପର୍କରେ ଥିବା ଅନ୍ୟ କର୍ମଚାରୀ ଓ ଡାକ୍ତର ହୋମ୍ କ୍ବାରାଣ୍ଟାଇନରେ ଯାଇଛନ୍ତି । ସେହିପରି ଆପୋଲୋ ହସ୍ପିଟାଲର ଜଣେ ସ୍ବାସ୍ଥ୍ୟ କର୍ମଚାରୀ କରୋନା ପଜିଟିଭ୍‌ ହୋଇଛନ୍ତି। ଚିନ୍ତା ବଢ଼ାଇବାରେ ଲାଗିଛି କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହେବା । ଆଜି ରାୟଗଡାରେ ଜଣେ ସ୍ବାବ ସଂଗ୍ରହକାରୀ କରୋନା ପଜିଟିଭ୍‌ହେବା ପରେ ସିଡିଏମଓ, ଅତିରିକ୍ତ ସିଡିଏମଓ ଏନଏଚଏମ ଡିପିଏମଙ୍କ ସମେତ ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ହୋମ କ୍ବାରାଣ୍ଟାଇନରେ ଯାଇଛନ୍ତି  ।

ସେପଟେ କୋରନା ଯୋଦ୍ଧାଙ୍କୁ କରୋନା ସଂକ୍ରମଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଭିଡିଓ କଫରେନିଂସିରେ ମୁଖ୍ୟମନ୍ତ୍ରୀ ସିଡିଏମଓ ଏବଂ କୋଭିଡ ହସ୍ପିଟାଲର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । କଠିନ ସମୟରେ ସେମାନେ ଦେଶର ହିରୋ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସମ୍ବୋଧନ କରିଛନ୍ତି। ରାଜ୍ୟରେ କୋଭିଡ ମୃତ୍ୟୁ କମ କରିବା ଓ ସୁସ୍ଥତା ହାର ବୃଦ୍ଧି କରିବାରେ କୋଭିଡ ଯୋଦ୍ଧାଙ୍କ ଭୂମିକା ଉଲ୍ଲେଖନୀୟ  ତେବେ କୋଭିଡ୍‌ ଟିମର ନିରାପତ୍ତା  ସବୁଠୁ ଗୁରୁତ୍ବ ପୂଣ୍ଣ ତେଣୁ ସେମାନେ ଯେମିତି ସଂକ୍ରମିତ ନ ହୁଅନ୍ତି ସେଥିଲାଗି ବ୍ୟକ୍ତିଗତ ସୁରକ୍ଷା ଉପକରଣ ସୁନିଶ୍ଚିତ କରିବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟରେ  ୧୧୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବର ପୋଖରୀପୁଟରୁ ଜଣେ ଯୁବକ ମଧ୍ୟ କରୋନା ପଜିଟିଭ୍‌ଜଣାପଡ଼ିଛି ଏଥିସହିତ  ଜଗତସିଂହପୁରରୁ ୩୩ ଜଣ, କଟକରୁ ୨୦ ଜଣ, ଖୋର୍ଦ୍ଧା ୧୪ ଜଣ, ଗଜପତିରୁ ୧୧ ଜଣ, ପୁରୀରୁ ୭ ଜଣ, ନୟାଗଡ଼, ରାୟଗଡ଼ା ଓ କଳାହାଣ୍ଡି , ମୟୂରଭଞ୍ଜ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨୫୬ରେ ପହଞ୍ଚିଥିବା ବେଳେ ୨୧୩୩ ଜଣ ସୁସ୍ଥ ହୋଇସାରିଲେଣି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.