ମୁଖ୍ୟମନ୍ତ୍ରୀଙ୍କୁ ୭୫ ଚାଲିଲା : ପ୍ରଧାନମନ୍ତ୍ରୀ ଫୋନରେ ଶୁଭେଚ୍ଛା ଜଣାଇଲେ, ଈଶ୍ୱରଙ୍କୁ ପ୍ରାର୍ଥନା କରି, ଦୀପ ଜାଳି ଶୁଭ ମନାସିଲେ ପ୍ରଶଂସକ

Published By : Prameya-News7 Bureau | October 16, 2020 IST

ଭୁବନେଶ୍ୱର, ୧୬|୧୦:   ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୭୫ ବର୍ଷରେ ପଦାର୍ପଣ କଲେ। କରୋନାର ଜଟିଳ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଥିଲେ । ତେବେ ସୋସିଆଲ ମିଡିଆରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ସୁଅ ଛୁଟିଥିବା ବେଳେ ପ୍ରଧାନମନ୍ତ୍ରୀ ଫୋନ ଯୋଗେଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ପ୍ରଶଂସକମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୫ ତମ ଜନ୍ମଦିନ । ନବୀନ କହିଛନ୍ତି ତାଙ୍କ ଜନ୍ମଦିନରେ କୌଣସି ଆଡ଼ମ୍ବର ନ କରିବାକୁ । ତେଣୁ ଏଭଳି କିଛି ଆୟୋଜନ କରିଛନ୍ତି କଟକର ବିଜେଡି କର୍ମୀ। କରୋନା କାଳରେ ରକ୍ତଦାନ କରିଛନ୍ତି ସେହିପରି କୋଭିଡ ରୋଗୀଙ୍କ ଆରୋଗ୍ୟ କାମନା କରି ପ୍ଲାଜମା ଦାନ କରିଛନ୍ତି। ସେହିପରି ଏଠି ବାଦାମବାଡି ଏବଂ ଦୋଳମୁଣ୍ଡାଇ ଅଞ୍ଚଳରେ ରିକ୍ସା ଓ ଟ୍ରଲି ଚାଳକଙ୍କୁ ମାସ୍କ, ଗ୍ଲୋବସ୍‌ ଓ ସାନିଟାଇଜର ବଣ୍ଟନ କରାଯାଉଛି । ଏଥିସହିତ ସମସ୍ତଙ୍କ ମନରେ ଗୋଟିଏ କାମନା ପ୍ରିୟ ନେତା ନବୀନ ପଟ୍ଟନାୟକ ସୁସ୍ଥ ରୁହନ୍ତ ଓ ଦୀର୍ଘଜୀବୀ ରୁହନ୍ତୁ । କଟକରେ ବିଜେଡି ପକ୍ଷରୁ ଏମିତି ନିରାଡ଼ମ୍ବର ଭାବେ ମୁଖ୍ୟମନ୍ତ୍ରୀଙ୍କ  ଜନ୍ମଦିନ ପାଳନ କରାଯାଇଛି।

ଆଉ ଏଠାରେ  ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ଜୀବନ କାମାନା କରି ଦୀପଦାନ କରିଛନ୍ତି ତାଙ୍କର ଅନେକ ପ୍ରଶଂସକ। ସିଂହଦ୍ବାର ସାମ୍ନାରେ ଦୀପଦାନ କରିଛନ୍ତି। ଏଥିସହିତ ପୁରୀରେ ବିଜେଡି କର୍ମୀମାନେ ରକ୍ତ ଓ ପ୍ଲାଜମା ଦାନ କରିଛନ୍ତି। କେବଳ ପୁରୀ କାହିଁକି ରାଜ୍ୟର ଭିନ୍ନ ଭିନ୍ନ ଭାଗରେ ତାଙ୍କର ପ୍ରଶଂସକମାନେ ଏଭଳି ନିରାଡ଼ମ୍ବର ଭାବେ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟର ଏବେ ମନ୍ଦିର ମସଜିଦ ଗୀର୍ଜା ବନ୍ଦ ରହିଛି  ତେଣୁ ମୁଖ୍ୟମନ୍ତ୍ରୀ ଜନ୍ମଦିନର ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ଅନେକ ନିଜ ନିଜ ଘରେ ଈଶ୍ବରଙ୍କ ନିକଟରେ ସ୍ବତନ୍ତ୍ର ପ୍ରାର୍ଥନା ଆୟୋଜନ କରିଛନ୍ତି କରିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ତାଙ୍କ ଜନ୍ମଦିନ ପାଳନ କରିନଥିଲେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆରେ କିନ୍ତୁ ଜନ୍ମଦିନର ଶୁଭେଚ୍ଛାର ବର୍ଷା ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ ନବୀନଙ୍କ ସହିତ କଥା ହୋଇଛନ୍ତି।  ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ସୁସ୍ଥ ଓ ନିରୋଗ ଜୀବନ କାମନା କରିଛନ୍ତି। ସେହିପରି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଶ୍ବଭୂଷଣ ହରିଚନ୍ଦନ, ଦ୍ରୌପଦୀ ମୁର୍ମୁ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ବେଳେ ସେ ମଧ୍ୟ ସେମାନଙ୍କରୁ ସଦରେ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.