ରାଜନୀତି କରିବେ ଓଡ଼ିଶା ରୂପାନ୍ତରଣର ସାରଥୀ, ଖୁବଶୀଘ୍ର ବିଜେଡିରେ ମିଶିବେ ନବୀନ ଓଡ଼ିଶାର ଅଧ୍ୟକ୍ଷ

Published By : Prameya-News7 Bureau | November 16, 2023 IST

ଭୁବନେଶ୍ୱର ୧୬/୧୧: ଓଡ଼ିଶା ରୂପାନ୍ତରଣର ସାରଥୀ ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି କାର୍ତ୍ତିକେୟନ ପାଣ୍ଡିଆନ୍‌ ଏବେ ସିଧାସଳଖ ରାଜନୀତି ରଣକ୍ଷେତ୍ରକୁ ଓହ୍ଲାଇବେ । ଖୁବଶୀଘ୍ର ବିଜୁ ଜନତା ଦଳରେ ସାମିଲ ହେବେ । ବିଜେଡିର ଭିତିରିଆ ମହଲରୁ ମିଳିଥିବା ସୂଚନା କହୁଛି, ତାରିଖ ପ୍ରାୟ ଧାର୍ଯ୍ୟ ହୋଇ ସାରିଛି । ଏଥିପାଇଁ ଏକ ବିଶାଳ ସମାବେଶର ଆୟୋଜନ କରାଯାଉଥିବା ସଙ୍କେତ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପାଣ୍ଡିଆନଙ୍କୁ ଦଳୀୟ ପତାକା ପିନ୍ଧାଇବେ । ଆଗାମୀ ନିର୍ବାଚନ ପାଇଁ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ନବୀନ ସ୍ଥିର କରି ସାରିଛନ୍ତି । ସରକାରୀ କଳକୁ ଅବିଶ୍ୱସନୀୟ ଭାବେ ସକ୍ରିୟ କରି ସାମଗ୍ରିକ ବିକାଶର ଏକ ନୂଆ ଦିଗ ଦେଖାଇବାରେ ପାଣ୍ଡିଆନଙ୍କ ଭୂମିକା କେତେ ମହତ୍ତ୍ୱପୂର୍ଣ ସେକଥା ବିଜେଡିରେ ସବୁ ନେତା, କର୍ମୀ ହୃଦୟଙ୍ଗମ କରିଲେଣି । ଏଣୁ ସେ କେବେ ସକ୍ରିୟ ରାଜନୀତିକୁ ଆସିବେ ଉତ୍କଣ୍ଠା ବଢ଼ି ଚାଲିଛି ।

ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପାଇଁ ସେ ଗତ ମହାନବମୀ ଦିନ ସେ ଆଇଏଏସ୍‌ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ପରଦିନ ଅର୍ଥାତ୍‌ ବିଜୟା ଦଶମୀ ଦିନ ତାଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟାରେ ୫ ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ରାଜନୀତିର ମୂଳଦୂଆ ପଡ଼ିଥିଲା ଯେତେବେଳେ ସେ ଅଭିଯୋଗ ଶୁଣାଣି ପାଇଁ ସାରା ଓଡ଼ିଶା ବୁଲିଥିଲେ ।

ବିପୁଳ ଜନସମର୍ଥନ ଦେଖି ସେ ଯେତିକି ଆଚମ୍ବିତ ହୋଇଥିଲେ ସେତିକି ଭାବବିହ୍ୱଳ ହୋଇଥିଲେ । ରାଜନୀତିକୁ ଆସିଲେ ସେ ଲୋକଙ୍କ ପାଇଁ ଅଧିକ କାମ କରି ପାରିବେ ବୋଲି ମନସ୍ଥ କରିଥିଲେ । ଭିକେ ପାଣ୍ଡିଆନ୍‌ ୨୦୦୦ ମସିହାରୁ ଆଇଏଏସ ଅଫିସର ଭାବେ ଚାକିରି ଆରମ୍ଭ କରି ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ପ୍ରଥମେ ନିଯୁକ୍ତି ପାଇଥିଲେ । ପରେ ରାଉରକେଲାର ଏଡିଏମ୍‌, ମୟୂରଭଞ୍ଜ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

୨୦୧୧ରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । କାମ ପ୍ରତି ଉତ୍ସର୍ଗୀକୃତ ଭାବନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପସନ୍ଦ କରି ଏହି ପଦରେ ରଖିଥିଲେ । ସଫଳତାର ଟ୍ରାକ୍‌ ରେକର୍ଡ ଓ କର୍ତ୍ତବ୍ୟନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ସଚିବ ଦାୟିତ୍ୱ ଦେଇଥିଲେ । ରୂପାନ୍ତରଣ ଏଜେଣ୍ଡାକୁ ସତ କରିବାକୁ ପାଣ୍ଡିଆନ ପ୍ରୟାସ ଆରମ୍ଭ କରିଥିଲେ । ୫-ଟି ପ୍ରୟାସ ଯୋଗୁ ଓଡ଼ିଶାର ବିକାଶର ସବୁ ମାନଦଣ୍ଡରେ ଅନ୍ୟ ରାଜ୍ୟଠାରୁ ଆଗକୁ ବଢ଼ିଛି ।ପ୍ରଥମେ ନିଯୁକ୍ତି ପାଇଥିଲେ । ପରେ ରାଉରକେଲାର ଏଡିଏମ୍‌, ମୟୂରଭଞ୍ଜ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

wp:embed {"url":"https://www.prameyanews7.com/bjd-appoints-observers-for-two-districts/","type":"wp-embed","providerNameSlug":"prameya-news-7"}
https://www.prameyanews7.com/bjd-appoints-observers-for-two-districts/
/wp:embed

୨୦୧୧ରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । କାମ ପ୍ରତି ଉତ୍ସର୍ଗୀକୃତ ଭାବନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପସନ୍ଦ କରି ଏହି ପଦରେ ରଖିଥିଲେ । ସଫଳତାର ଟ୍ରାକ୍‌ ରେକର୍ଡ ଓ କର୍ତ୍ତବ୍ୟନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ସଚିବ ଦାୟିତ୍ୱ ଦେଇଥିଲେ । ରୂପାନ୍ତରଣ ଏଜେଣ୍ଡାକୁ ସତ କରିବାକୁ ପାଣ୍ଡିଆନ ପ୍ରୟାସ ଆରମ୍ଭ କରିଥିଲେ । ୫-ଟି ପ୍ରୟାସ ଯୋଗୁ ଓଡ଼ିଶାର ବିକାଶର ସବୁ ମାନଦଣ୍ଡରେ ଅନ୍ୟ ରାଜ୍ୟଠାରୁ ଆଗକୁ ବଢ଼ିଛି ।ପ୍ରଥମେ ନିଯୁକ୍ତି ପାଇଥିଲେ । ପରେ ରାଉରକେଲାର ଏଡିଏମ୍‌, ମୟୂରଭଞ୍ଜ ଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ ।

୨୦୧୧ରେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିଲେ । କାମ ପ୍ରତି ଉତ୍ସର୍ଗୀକୃତ ଭାବନା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ପସନ୍ଦ କରି ଏହି ପଦରେ ରଖିଥିଲେ । ସଫଳତାର ଟ୍ରାକ୍‌ ରେକର୍ଡ ଓ କର୍ତ୍ତବ୍ୟନିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ୫-ଟି ସଚିବ ଦାୟିତ୍ୱ ଦେଇଥିଲେ । ରୂପାନ୍ତରଣ ଏଜେଣ୍ଡାକୁ ସତ କରିବାକୁ ପାଣ୍ଡିଆନ ପ୍ରୟାସ ଆରମ୍ଭ କରିଥିଲେ । ୫-ଟି ପ୍ରୟାସ ଯୋଗୁ ଓଡ଼ିଶାର ବିକାଶର ସବୁ ମାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.