oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଳାହାଣ୍ଡିରେ ନକଲି ନବୀନଙ୍କୁ ଭେଟିଲେ ଅସଲି ନବୀନ ପଟ୍ଟନାୟକ

9/04/2019 at 7:02 PM

କଳାହାଣ୍ଡି୯|୪:  ନିର୍ବ।ଚନର ମାହୋଲରେ କେତେ ରଂଗ ଦେଖିବାକୁ ମିଳେ । ହେଲେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ ସମୟରେ ଆଜି ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଦର୍ଶନ ବେଳେ ଦୁଇ ଦୁଇ ଜଣ ନବୀନ ପଟ୍ଟନାୟକ ଦେଖିବାକୁ ମିଳିଥିଲେ । ଜଣେ ଅସଲି କଡା ସୁରକ୍ଷା ବଳୟ ମଧ୍ୟରେ ଶୀତତାପ ନିୟନ୍ତ୍ରିତ ଗାଡି ଆସି ପହଚିଂଥିବା ବେଳେ ଅନ୍ୟ ଜଣେ ମୁଖ୍ୟ ଗେଟ ଦେଇ ପ୍ରବେଶ କରିଥିଲେ । ସବୁଠାରୁ ମଜାର ବିଷୟ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ନକଲି ନବୀନଙ୍କୁ ଅସଲି ନବୀନଙ୍କ ସହ ଭେଟ କରିବାର ସୁଯୋଗ ଦେଇଥିଲେ ।

ଇଏ ହେଉଛନ୍ତି ଭବାନୀପାଟଣା ସହରର କୈଳାସ ସାହୁ । ହେଲେ ନବୀନ ପଟ୍ଟନାୟକ ନାଁରେ ଚିର ପରିଚିତ । ନବୀନ ପଟ୍ଟନାୟକଙ୍କ ବହୁତ ବଡ ଫ୍ୟାନ । ବହୁ ବର୍ଷ ହେଲା ନବୀନ ପଟ୍ଟନାୟକ ଭଳି ଦେଖାଯିବା ସହ କଥା ଶୈଳୀ ଓ ଭାବ ଭଙ୍ଗୀକୁ ବି ନକଲ କରନ୍ତି । ଚଳିତ ନିର୍ବ।ଚନରେ ମଧ୍ୟ କୈଳାସ ନବୀନଙ୍କ ଭାବଭଙ୍ଗୀରେ ସାଧାରଣ ଲୋକଙ୍କ ପାଖକୁ ଯାଇ ବିଜେଡି ପାଇଁ ଭୋଟ ଭିକ୍ଷା କରୁଛନ୍ତି । ଏବଂ ସେ ଆଶାବାଦୀ ଯେ, ଲୋକେ ବିଜେଡିକୁ ସମର୍ଥନ କରିବେ । 

ହେଲେ କୈଳାସଙ୍କ ଏହି ପ୍ରୟାସ କେତେ ସଫଳ ହେବ ଜଣା ନାହିଁ । କିନ୍ତୁ ତାଙ୍କ ଉପସ୍ଥିତି ରାଜନୈତିକ ତାତିରେ ବି ନେତାଙ୍କୁ ହସିବାକୁ ସୁଯୋଗ ଦେଇଥାଏ । ଆଜି ମାଁ ମାଣିକେଶ୍ବରୀ ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ତାଙ୍କୁ ନବୀନ ଙ୍କୁ ଭେଟିବାକୁ ସୁଯୋଗ ଦେଇଥିଲେ । ଆଶା କରୁଛୁ ଖୋଦ ମୁଖ୍ୟମନ୍ତ୍ରୀ ମଧ୍ୟ କୈଳାସଭଳି ଭଳି ଫେନ ପାଇଁ ନିଶ୍ଚିତ ଖୁସି ହୋଇଥିବେ ।

   Related Posts