ଆରମ୍ଭ ହେଲା ଆକଳନ: ଆଗୁଆ ନିର୍ବାଚନ ରାସ୍ତା ବାଛିବେ କି ନବୀନ?

Published By : Prameya-News7 Bureau | September 07, 2018 IST

ଭୁବନେଶ୍ବର୭|୯: ତେଲେଙ୍ଗାନା ପରେ ଓଡ଼ିଶାକୁ ନେଇ ଚର୍ଚ୍ଚା । ୮ ମାସ ଆଗରୁ କେସିଆର୍ ସରକାର ଭାଙ୍ଗି ଦେଇଥିବା ବେଳେ ନବୀନଙ୍କୁ ନେଇ ଚର୍ଚ୍ଚା । କଣ କରିବେ ନବୀନ ? କି ନିଷ୍ପତ୍ତି ନେବ ବିଜେଡି ? ରାଜ୍ୟ ରାଜନୀତିରେ ଏବେ ଏହି ଚର୍ଚ୍ଚା ଜୋର୍ ଧରିଛି । ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? କେସିଆରଙ୍କ ଭଳି ସରକାର ଭାଙ୍ଗିବାକୁ ସୁପାରିଶ କରିବେ କି ବିଜେଡି ସୁପ୍ରିମୋ ? ଏକକ ନିର୍ବାଚନ ପ୍ରସଙ୍ଗରେ ବିଜେଡି ହଁ ମାରି ଚାଲିଛି । କିନ୍ତୁ ଆଗୁଆ ନିର୍ବାଚନ ପାଇଁ ବିଜେଡି କଣ ତେଲେଙ୍ଗାନା ରାସ୍ତାରେ ଯିବ ? ରାଜ୍ୟ ରାଜନୀତିରେ ଏବେ ଏଭଳି ପ୍ରଶ୍ନ ଚର୍ଚ୍ଚା ଚାଲିଛି । ବିଜେଡିର ନିର୍ବାଚନୀ ସଜବାଜ ବି ଏମିତି କିଛି ସୂଚନା ଦେଉଛି । କେନ୍ଦ୍ରର ଆୟୂଷ୍ମାନ ଯୋଜନାକୁ ପ୍ରତ୍ୟାଖ୍ୟାନ କରି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯେ।ଜନା । ପୁଣି ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ୩୪ ଲକ୍ଷ ଲୋକଙ୍କ ପାଇଁ କରିବାକୁ ଯାଉଛନ୍ତି ନିଜସ୍ବ ଖାଦ୍ୟ ସୁରକ୍ଷା ଯେ।ଜନା । ଏହା ବାଦ୍ ଆଗକୁ କୃଷି ଋଣ ଛାଡ଼ ଭଳି ବଡ଼ ଘୋଷଣା ଖୁବ ଶୀଘ୍ର ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ବିଜେଡି ପାଖରେ ୨ଟି ବିକଳ୍ପ ଅଛି । ତେଲେଙ୍ଗାନା ଭଳି ଯଦି ସରକାର ଭାଙ୍ଗି ଦିଆଯାଏ, ତାହା ହେଲେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ମିଜୋରାମ ସହ ଡିସେମ୍ବରରେ ହୋଇପାରେ ଓଡ଼ିଶା ନିର୍ବାଚନ । ପୁଣି ବିଜେଡି ଏକକ ନିର୍ବାଚନ ସପକ୍ଷରେ ଥିବାରୁ କେନ୍ଦ୍ର ଯଦି ଆଗୁଆ ନିଷ୍ପତ୍ତି ନ ନିଏ, ତାହା ହେଲେ ବିଜେଡି ମଧ୍ୟ ଅପେକ୍ଷା କରିପାରେ । ତେବେ ସବୁ ନିଷ୍ପତ୍ତି କିନ୍ତୁ ନବୀନଙ୍କ ହାତରେ । ଯଦି ଆଗୁଆ ନିର୍ବାଚନକୁ ବିଜେଡି ଯିବ, ତାହା ହେଲେ ଅକ୍ଟୋବର ଭିତରେ ହିଁ ସରକାର ଭାଙ୍ଗିବାକୁ ପଡ଼ିବ । କଗ୍ରେଂସର କହିବା କଥା, ବିଜେଡି, କେନ୍ଦ୍ର ବିଜେପି ସହ ବୁଝାମଣା କରି ଆଗୁଆ ନିର୍ବାଚନକୁ ଯିବ କି ନାହିଁ ସ୍ଥିର କରିବ । କିନ୍ତୁ କଗ୍ରେଂସ, ଯେତେବେଳେ ବି ନିର୍ବାଚନ ହେବ ସେଥିପାଇଁ ପ୍ରସ୍ତୁତ । ବିଜେପି ବି ଏଭର୍ ରେଡି କଥା କହୁଛି । ଏବେ ଭୋଟର ତାଲିକା ସଂଶୋଧନ ଚାଲିଥିବା ବେଳେ ଆସନ୍ତା ଜାନୁଆରୀ ୪ ତାରିଖରେ ଚୂଡ଼ାନ୍ତ ତାଲିକା ତାଲିକା ପ୍ରକାଶ ପାଇବ ବୋଲି ଆଗରୁ କହି ସାରିଛନ୍ତି ନିର୍ବାଚନ କମିଶନ । ଏଭଳି ସ୍ଥିତିରେ ଆଗୁଆ ନିର୍ବାଚନ ପାଇଁ ଏହା ବାଧକ ହେବ କି ନାହିଁ ତାହା ମଧ୍ୟ ଏକ ବିତର୍କର ବିଷୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.