ଜିନ୍ଦଲ ପ୍ଲାଣ୍ଟ ହେବ ୧ ନମ୍ବର,୨ ଗୁଣା ହେବ ଇସ୍ପାତ ଉତ୍ପାଦନ କ୍ଷମତା

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯/୭: ଖୁବ ଶୀଘ୍ର ଅନୁଗୋଳ ଜିନ୍ଦଲ ପ୍ଲାଣ୍ଟ ହେବ ବିଶ୍ବର ସର୍ବବୃହତ୍ତ ଷ୍ଟିଲ ପ୍ଲାଣ୍ଟ । ବର୍ଷକ ମଧ୍ୟରେ ୨ ଗୁଣା ହେବ ଇସ୍ପାତ ଉତ୍ପାଦନ କ୍ଷମତା । ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସୌଜନମୂଳକ ସାକ୍ଷାତ ପରେ ଏହି ସୂଚନା ଦେଇଛନ୍ତି JSPL ମୁଖ୍ୟ ନବୀନ ଜିନ୍ଦଲ ।

୨୦୨୫ ସୁଦ୍ଧା ସରିବ ଅନୁଗୋଳର ସମ୍ପ୍ରସାରଣ କାର୍ଯ୍ୟ । ଅନୁଗୋଳ ଜିନ୍ଦଲରୁ ବାର୍ଷିକ ୧୨ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ ହେବ । ଆଗାମୀ ୭ ବର୍ଷାରେ କାରଖାନାର ଉତ୍ପାଦନ କ୍ଷମତା ୨୫ ନିୟୁତ ଟନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଭାରତୀୟ ଇସ୍ପାତ ସଂଘ ମୁଖ୍ୟ ନବୀନ ଜିନ୍ଦଲ । 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.