ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published By : Prameya-News7 Bureau | December 23, 2019 IST

ଭୁବନେଶ୍ବର୨୩/୧୨: ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସ୍ ମେସିନ ଲର୍ଣ୍ଣିଂ ସେଣ୍ଟରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟେକ୍ ମହିନ୍ଦା ଦ୍ବାରା ପରିଚାଳିତ ଏହି ସେଣ୍ଟରରେ ଟ୍ରେନିଂ ନେବେ ୩୦ଜଣ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀମାନଙ୍କୁ ୩ମାସ ଯାଏ ସ୍ବତନ୍ତ୍ର ଭାବେ ଟ୍ରେନିଂ ଦିଆଯିବ ।

{"id":201612,"sizeSlug":"large"}

ସିଇଟି କଲେଜରେ ରାଜ୍ୟର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନସି ମେସିନ୍ ଲର୍ଣ୍ଣିଂ ସେଣ୍ଟର ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ବିପିୟୁଟି, ଟେକ୍ ମହିନ୍ଦ୍ରା ଓ ସିଇଟି ଦ୍ବାରା ପରିଚାଳିତ ଏହି ଟ୍ରେନିଂ ସେଣ୍ଟରରେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ୩ମାସ ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ । ଏହି ଛାତ୍ରଛାତ୍ରୀ ବିଭିନ୍ନ ଇଞ୍ଜିନିୟରିଂ କଲେଜରୁ ମନୋନୀତ କରାଯାଇଛି ।

{"id":201613,"sizeSlug":"large"}

ମେଡିସିନ୍ ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ, ଟ୍ରାନ୍ସପୋର୍ଟ, ଇଞ୍ଜିନିୟରିଂ କ୍ଷେତ୍ରରେ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ କିଭଳି ଟେକ୍ନିକାଲି ସଲଭ କରିହେବ ସେ ନେଇ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯିବ । ଯେମିତି କି ଟେରିୟାନଭେଇକିଲ, ବୋରୱେଲ ରେସକ୍ୟୁ, ରେସକ୍ୟୁ ବୋଟ ଭଳି ପ୍ରୋଜେକ୍ଟରେ କାମ କରିବେ ଛାତ୍ରଛାତ୍ରୀ । ଏହାଦ୍ବାର କର୍ପୋରେଟ ଓ ସରକାରୀ ସ୍ତରରେ ଉପୁଜୁଥିବା ସମସ୍ୟାକୁ ସହଜରେ ସମାଧାନ କରିହେବ ।

ସ୍କିଲ ଡେଭେଲପମେଣ୍ଟ ଓ ଟକ୍ନିକାଲ ଏଜୁକେସନ ବିଭାଗ ପକ୍ଷରୁ ଏହି ଟ୍ରେନିଂ ପ୍ରୋଗ୍ରାମ୍ କରାଯାଉଛି । ପ୍ରଥମେ ୩୦ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଉଥିବା ବେଳେ ଆଗକୁ ଏହି ସଂଖ୍ୟା ବୃଦ୍ଧି କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.