କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିଲା ଟଙ୍କା : ପ୍ରଥମ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା

Published By : Prameya-News7 Bureau | January 25, 2019 IST

ଭୁବନେଶ୍ୱର ୨୫/୧ : କାଳିଆ ଯୋଜନାରେ ଚାଷୀଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା | ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଆକାଉଣ୍ଟରେ ପହଂଚି ଯାଇଛି କାଳିଆ ଟଙ୍କା | ରାଜ୍ୟର ୬୬୨ କୋଟି ଟଙ୍କା ଚାଷୀଙ୍କ ଆକାଉଂଟକୁ ପଠାଇଛନ୍ତି ରାଜ୍ୟ ସରକାର | ସରକାରଙ୍କ ପାଖରେ ୧୦ ଲକ୍ଷ ୫୦ ହଜାର ଚାଷୀଙ୍କ ମୋବାଇଲ ନମ୍ବର ରେଜିଷ୍ଟର ହୋଇଛି | ଆକାଉଣ୍ଟକୁ ଟଙ୍କା ଆସିଥିବା ନେଇ ରେଜିଷ୍ଟର ହୋଇଥିବା ଚାଷୀଙ୍କ ମୋବାଇଲକୁ ମେସେଜ ମଧ୍ୟ ଆସିଛି |


କାଳିଆ ଯୋଜନାକୁ କେହି ରୋକି ପାରିବେନାହିଁ ବୋଲି ଦୃଢର ସହ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ତଥା ସହାୟତା ରାଶି ଯୋଗାଇ ଦେବାର ପ୍ରକ୍ରିୟାକୁ ପୁରୀ ଚାଷୀ ସମାବେଶରେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ | କାଳିଆ ଯୋଜନା ଅନୁସାରେ, ଅକ୍ଷୟ ତୃତୀୟ ଦିନ ଖରିଫ ଚାଷ ପାଇଁ ଚାଷୀଙ୍କୁ ମିଳିବ ୫ ହଜାର ଟଙ୍କା | ନୂଆଁଖାଇ ଦିନ ରବି ଫସଲ ପାଇଁ ଚାଷୀଙ୍କୁ ମିଳିବ ଆଉ ୫ ହଜାର ଟଙ୍କା |

{"id":78057,"width":589,"height":267}


ଯୋଜନାର ପ୍ରଥମ ପର୍ଯ୍ୟାୟରେ ୧୦ଜଣ ହିତାଧିକାରୀଙ୍କୁ କାଳିଆ ସହାୟତା ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ | ଏହି ସମାବେଶରେ ରାଜ୍ୟର କୋଣ ଅନୁକୋଣରୁ ଚାଷୀ ଯୋଗ ଦେଇଥିଲେ | ଆଜିଠାରୁ ରାଜ୍ୟର ୧୨ ଲକ୍ଷ ୪୫ ହଜାର ଚାଷୀଙ୍କ ଖାତାକୁ ଡିବିଟି ମାଧ୍ୟମରେ ସିଧାସଳଖ ୫ ହଜାର ଟଙ୍କା ଯିବା ପ୍ରକ୍ରିୟା ଆରମ୍ଭ ହୋଇଛି |

ଯୋଜନାକୁ କାଳିଆ ଯୋଜନା ନାମରେ କାହିଁକି ନାମିତ କରାଯାଇଛି ଜାଣନ୍ତୁ :
ମୁଖ୍ୟମନ୍ତ୍ରୀ ନବୀନ କହିଥିଲେ ଯେ, ଚାଷୀଭାଇମାନେ ବହୁତ ପରିଶ୍ରମରେ ଚାଷ କରି ଲୋକଙ୍କୁ ଅନ୍ନ ଯୋଗାଉଛନ୍ତି | ଚାଷୀମାନେ ବହୁତ ଭଲ କାମ କରୁଛନ୍ତି | ସେହି ଅନ୍ନ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ମହାପ୍ରସାଦ ଭାବେ ଭୋଗ ଲାଗୁଛି | ସେଥିପାଇଁ ସେ ଏହି ଯୋଜନାର ନାଁ "କାଳିଆ" ରଖିଛନ୍ତି ବୋଲି କହିଥିଲେ ନବୀନ |

{"id":78058}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.