ଆସନ୍ତାକାଲି ନବୀନ ଧର୍ମେନ୍ଦ୍ର ଭେଟଘାଟ : ଦୁଇ ନେତାଙ୍କ ଭିତରେ କ'ଣ ଆଲୋଚନା ହେବ ତାକୁ ନେଇ ଚାଲିଛି ଚର୍ଚ୍ଚା

Published By : Prameya-News7 Bureau | June 13, 2019 IST

ନୂଆଦିଲ୍ଲୀ ୧୩/୬ : ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିତତେ ଦିଲ୍ଲୀରେ ହେବ ସାକ୍ଷାତ । ରାଜ୍ୟର ବିକାଶ ପ୍ରସଙ୍ଗକୁ ନେଇ ଦୁଇ ନେତାଙ୍କ ଭିତରେ ଆଲୋଚନା  ହେବ । ଏମିତି ଖବରକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଯୋର ଧରିଛି ।  ନିର୍ବାଚନ ପୂର୍ବରୁ ଦୁଇ ନେତାଙ୍କ ଭିତରେ ରାଜନୈତିକ ତୁ ତୁ ମେ ମେ ଚାଲିଥିଲା । ଏବେ ବିଜେଡି- ବିଜେପି ଦୁହେଁ ରାଜ୍ୟ ବିକାଶ ନାଁରେ ନିକଟତର ହେଉଛନ୍ତି ବୋଲି କୁହାଯାଉଛି । ଆଉ ୭ ଦିନିଆ ଦିଲ୍ଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ଯୋଗ ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା  ପରେ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ଖବର ରାଜ୍ୟ ରାଜନୈତିକ ବାତାବରଣକୁ ସରଗରମ କରିଛି ।

{"id":122663}

କାଲି ନବୀନ – ଧର୍ମେନ୍ଦ୍ର ଭେଟଘାଟ ।  ଚର୍ଚ୍ଚାତ ଏବେ ଏମିତି ଉଡୁଛି।  ଦିଲ୍ଲୀର ଓଡିଶା ନିବାସରେ ଦୁଇ ନେତାଙ୍କ ଭିତେର ହେବ ସାକ୍ଷାତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପଟ୍ରୋଲିୟମ ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ହେବ ସାକ୍ଷାତ ଆଲୋଚନା । ଏନେଇ ବିଧିବଦ୍ଧ ଘୋଷଣା ହୋଇ ନଥିଲେ ବି ଏହି ଖବରକୁ ନେଇ ଦିଲ୍ଲୀରୁ ଭୁବନେଶ୍ବର ରାଜନୈତିକ ଚର୍ଚ୍ଚା ଯୋର ଧରିଛି । ରାଜ୍ୟ ରାଜନୀତିରେ ଭୋଟ ପୂର୍ବରୁ ଏହି ଦୁଇ ନେତାଙ୍କ ଭିତରେ ଚାଲିଥିଲା ତୁ ତୁ ମେ ମେ । ଦୁଇ ନେତାଙ୍କ ଭିତରେ କି ଚର୍ଚ୍ଚା ଆଲୋଚନା ହେବ । କେବଳ ରାଜ୍ୟ କଥା ନା ରାଜନୀତି କଥା ଉଠିବ ତାକୁ ନେଇ ଆକଳନ ହେଉଛି । ଆଉ କଂଗ୍ରେସ ଏହି ଭେଟ ଘାଟରୁ ରାଜନୀତିର ଗନ୍ଧ ବାରିଛି । 

{"id":122664}

ପେଟ୍ରୋଲିୟମ  ଓ ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡିଶା ଏବେ ସାରା ଦେଶରେ ହବ ପାଲଟିବାକୁ ଯାଉଛି ।  ଧର୍ମେନ୍ଦ୍ର ପ୍ରଧାନ ଏହି ବିଭାଗର ମନ୍ତ୍ରୀ ହୋଇଥିବାରୁ ଏହି ସେକ୍ଟରରେ ରାଜ୍ୟରେ ଅସପୂଣ୍ଣ ଥିବା ପ୍ରକଳ୍ପ କିଭଳି ଶେଷ ହେବ ଓ ନୂଆ ପ୍ରକଳ୍ପ ଆରମ୍ଭ ହେବ ସେନେଇ ଦୁଇ ନେତାଙ୍କ ଭିତରେ ଆଲୋଚନା ହେବ ବୋଲି କୁହାଯାଉଛି ।

{"id":122666}

ହେଲେ ଏଥିରୁ ରାଜନୀତିର ଖିଅ କାଢିବା ଠିକ ହେବ ନାହିଁ ବୋଲି ଉଭୟ ବିଜେପି ଓ ବିଜେଡି ଯୁକ୍ତି ବାଢୁଛନ୍ତି । ପ୍ରସ୍ତାବିତ  ସାକ୍ଷାତ ଆଲୋଚନାକୁ ରାଜ୍ୟ ସ୍ବାର୍ଥର ଦ୍ବାଦି ଦେଇଛନ୍ତି  ଦୁଇ ଦଳ ।  ବିଜେପି କହିଛି ରାଜ୍ୟ ବିକାଶ ଲାଗି ଆମେ କାମ କରିବୁ ଆଉ ରାଜ୍ୟ ସରକାର ବାଟ ହୁଡିଲେ ଆମେ ବିରୋଧ କରିବୁ । ସେପଟେ ବିଜେଡିର ଯୁକ୍ତି ଯିଏ ଯାହା କହୁ ପଛେ ଆମେ ରାଜ୍ୟ ସ୍ବାର୍ଥ ଲାଗି କାମ କରିବୁ ।

{"id":122665}

ପଞ୍ଚମ ଥର ଲାଗି ଶାସନ ଗାଦିରେ ବସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ୭ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ନବୀନ କାଲି କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ୧୫ରେ ନୀତି ଆୟୋଗ ବୈଠକରେ ଯୋଗଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.