ଭୁବନେଶ୍ବର ୨୨|୧: ବଦଳୁଛି ରାଜ୍ୟ ରାଜନୀତିର ମିଜାଜ । କିଏ କାହାକୁ ଇଞ୍ଚେ ଛାଡିବା ମୁଡରେ ନାହାଁନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି କହିଛନ୍ତି ଆସନ୍ତା ସାଧାରଣ ନିର୍ବାଚନରେ ତାଙ୍କ ଦଳ ଭଲ ପ୍ରଦର୍ଶନ କରିବ । ଅର୍ଥାତ ଦଳ ୫ମ ଥର କ୍ଷମତାକୁ ଆସିବ ବୋଲି ନବୀନ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । କ୍ଷମତାରେ ଥିବାରୁ ବିଜେଡି ଅପର-ହ୍ୟାଣ୍ଡରେ ଅଛି । ସେଥିପାଇଁ ଉଭୟ ବିଜେପି ଓ କଂଗ୍ରେସକୁ କାଉଣ୍ଟର କରି କାର୍ଯ୍ୟକ୍ରମ କରୁଛି ବିଜେଡି । ମୋଦିଙ୍କ ଗସ୍ତ ବେଳେ ନବୀନ ସମାନ୍ତରାଳ କାର୍ଯ୍ୟକ୍ରମ କରୁଥିଲେ ଏବେ ରାହୁଲ ଗାନ୍ଧିଙ୍କ ଗସ୍ତ ସମୟରେ ମଧ୍ୟ ପୁଣି ସେହି ଷ୍ଟ୍ରାଟାଜି। କଂଗ୍ରେସରୁ ଗୋଟିଏ ପରେ ଗୋଟିଏ ନେତାଙ୍କୁ ଆଣି ବିଜେଡିରେ ମିଶାଇ ଚାଲିଛି ଦଳରେ । ଆଜି ଏହିକ୍ରମରେ ମିଶିଛନ୍ତି ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥି ହୋଇଥିବା ପ୍ରଣୟ ସାହୁ ।
{"id":76974}
ସେପଟେ ଦଳରୁ ଗୋଟିଏ ପରେ ଗୋଟିଏ ନେତା ହାତ ଛାଡି ଶଙ୍ଖ ଫୁଙ୍କୁଥିବା ବେଳେ କଂଗ୍ରେସ କର୍ମିଙ୍କ ଯୋଶ୍ ଭରିବାକୁ ଦୁଇଦିନ ପରେ ଆସୁଛନ୍ତି ରାହୁଲ ଗାନ୍ଧି । ଭୁବନେଶ୍ବର ନିକଟରେ ଲକ୍ଷେ ଲୋକଙ୍କ ସମାବେଶ କରିବାକୁ ଯାଉଛି ଦଳ । କଂଗ୍ରେସ କର୍ମିଙ୍କ ଆଶା ରାହୁଲ ନବୀନ ସରକାରଙ୍କ ଉପରେ ବର୍ଷିବେ । ସେପଟେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ଫେବୃଆରୀ ୨ରେ ଆସୁଛନ୍ତି ଓଡିଶା । ଅନୁସୂଚିତ ଜାତି ଓ ଜନଜାତି ସେଲ୍ ବୈଠକରେ ସାମିଲ ହେବେ । ମାସେ ଭିତରେ ୩ ଥର ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୨୦ ହଜାର କୋଟିର ପ୍ରକଳ୍ପ ଭେଟି ଦେଇ ଯାଇଛନ୍ତି । ରାଜ୍ୟ ସରକାରଙ୍କୁ ବି ବୁଲେଇ ବଙ୍କେଇ ଟାର୍ଗେଟ କରିଛନ୍ତି । ଅମିତ ସାହା ଦଳ ସଭାପତି ହୋଇଥିବାରୁ ସେ ନବୀନ ସରକାର ପ୍ରତି କଠୋର ଆଭିମୁଖ୍ୟ ରଖିବେ ବୋଲି ଦଳ ଭାବିନେଇଛି ।
{"id":76975}
ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରତିଯୋଗିତାରେ ମାତିଛନ୍ତି । ୨୪ରେ ଝାରସୁଗୁଡା ଓ ବଲାଙ୍ଗିରରେ ରେ ବିଜେଡି କରିବ ସମାବେଶ । ୨୫ରେ ପୁରୀରେ କାଳିଆ ଯୋଜନାରେ ଟଙ୍କା ବଣ୍ଟା ହେବ। ୨୭ ରେ ପୁଣି ଗଞ୍ଜାମରେ ଲକ୍ଷେ ଲୋକଙ୍କ ସମାବେଶ କରିବ ବିଜେଡି । ଅର୍ଥାତ ବିଜେଡି ନିର୍ବାଚନ ପ୍ରଚାର ମାହୋଲକୁ ବନାଇ ରଖିବାକୁ ଚେଷ୍ଟା ଜାରି ରଖିଛି। ବିଜେପି ବି କିଛି ପଛରେ ପଡିନି । ଅମିତ ସାହାଙ୍କ ପରେ ପୁଣି ମୋଦିଙ୍କ ଗସ୍ତ କାର୍ଯ୍ୟକ୍ରମ ଆୟୋଜନ କରୁଛି ଦଳ । କଂଗ୍ରେସ ବି ରାହୁଲ ଗାନ୍ଧି ଗସ୍ତ ଆଗକୁ ବଢାଇବା ଯୋଜନାରେ ଅଛି ।..
{"id":76976}