ବ୍ରଜରାଜନଗର ବ୍ୟାଟେଲ୍: ୩ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ମଇଦାନରେ ୧୧ ପ୍ରାର୍ଥୀ, ବିଜେଡି ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ

Published By : Prameya-News7 Bureau | May 18, 2022 IST

ବ୍ରଜରାଜନଗର ୧୮/୦୫: ମଇଦାନ ପ୍ରସ୍ତୁତ, ପ୍ରାର୍ଥୀବି ପ୍ରସ୍ତୁତ । ଏଥର ଜମିବ ପ୍ରଚାର । ବ୍ରଜରାଜନଗର ନିର୍ବାଚନ ମଇଦାନରେ ମୋଟ ୧୧ ଜଣ ପ୍ରାର୍ଥୀ ଅଛନ୍ତି । ପ୍ରାର୍ଥୀ ଚୂଡାନ୍ତ ପରେ ଆଜିଠୁ କମ୍ପିବ ମୈଦାନ । ବ୍ରଜରାଜନଗର ଉପନିର୍ବାଚନରେ ଛତିଶଗଡ଼ ନେତାଙ୍କୁ ଟକ୍କର ଦେବେ ବିଜେଡି ନେତା ଓ ମନ୍ତ୍ରୀ।

ବ୍ରଜରାଜନଗର ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ନବୀନ । ଏମାନଙ୍କ ବ୍ୟତୀତ ତାଲିକାରେ ୮ ଜଣ ମନ୍ତ୍ରୀ, ୧୩ ବିଧାୟକ ଏବଂ ସାଂସଦ ଅଛନ୍ତି । ଏଥି ସହ ଏଥର ପଶ୍ଚିମ ଓଡିଶାର ହେଭିଓ୍ବେଟ୍ ନେତାଙ୍କୁ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛି ବିଜେଡି । ସେପଟେ ବିଜେପି ଓ କଂଗ୍ରେସ ଛତିଶଗଡ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକା ସାମିଲ କରିଛନ୍ତି।

ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଟବ,ବିଶ୍ବେଶ୍ବର ଟୁଡୁ , ପୀୟୂଷ ଗୋଏଲ, ପ୍ରହଲ୍ଲାଦ ଯୋଶୀ ଙ୍କ ସହ ୭ ସାଂସଦ ଓ ୯ ବିଧାୟକ ଅଛନ୍ତି । କଂଗ୍ରେସ ନେତା ମଧ୍ୟ ପ୍ରଚାର ପାଇଁ ଅଣ୍ଟା ଭିଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.