ଭୁବନେଶ୍ବର ୨୪|୧: ପଶ୍ଚିମ ଓଡିଶା ମିଶନରେ ନବୀନ । ଆଜି ୨ ଜିଲ୍ଲା ଗସ୍ତକରି ନବୀନ ପ୍ରାକ୍ ନିର୍ବାଚନୀ ମାହୋଲକୁ ଗରମ କରିଛନ୍ତି । ବଲାଙ୍ଗିରକୁ ମୋଦି ଆସିବାର ଦିନ କେଇଟା ପରେ ନବୀନଙ୍କ ଝାରସୁଗୁଡା ଓ ବଲାଙ୍ଗୀର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ସେପଟେ ଝାରସୁଗୁଡାରେ ପୂର୍ବତନ କଂଗ୍ରେସ ନେତା ବିଧାୟକ ପଦ ଛାଡି ବିଜେଡିରେ ମିଶିଛନ୍ତି । ଏହି ଗସ୍ତବେଳେ ନବୀନଙ୍କ ଟାର୍ଗେଟରେ ଅଛି ବିଜେପି । ସେପଟେ ନବୀନଙ୍କ ଗସ୍ତ ଉପରେ ପ୍ରଶ୍ନ କରିଛି ବିଜେପି ।….
{"id":77619}ପଶ୍ଚିମ ଓଡିଶାରେ ବିଗ୍ ସୋ । ଝାରସୁଗୁଡା ଓ ବଲାଙ୍ଗିରରରେ ଶକ୍ତି ପ୍ରଦର୍ଶନ କଲା ବିଜେଡି। ଏତିକିବେଳେ ଝାରସୁଗୁଡା ବିଧାୟକ ନବ ଦାସ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ମୋଦିଙ୍କ ବଲାଙ୍ଗିର କାର୍ଯ୍ୟକ୍ରମକୁ କାଉଣ୍ଟର କରି ନବୀନ ବଲାଙ୍ଗିରରେ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶ କରିଛନ୍ତି । ନବୀନଙ୍କ ପଶ୍ଚିମ ଓଡିଶା ଗସ୍ତ ବେଳେ ଟାର୍ଗେଟରେ ଥିଲା କେନ୍ଦ୍ରର ମୋଦି ସରକାର । ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ବିଳମ୍ବ ହେବା ଠାରୁ କେନ୍ଦ୍ର ଅବହେଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉଠାଇ ନବୀନ ବିଜେପି ଉପରେ ବର୍ଷିଛନ୍ତି ।
{"id":77620}ନବୀନଙ୍କ ଏହି ଗସ୍ତ ବେଳେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ଏକପ୍ରକାର ବିଜେଡିରେ ମିଶିଯାଇଛି । ଯଦିବା ସେଠି ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତି ଓ ନବ ଦାସଙ୍କ ଭିତରେ ପଟେ ନାହିଁ କିନ୍ତୁ ଏ ଦୁଇଜଣ ନବୀନଙ୍କ ସହ ଗୋଟିଏ ପ୍ଲାଟଫର୍ମରେ ଏକାଠି ବସିଛନ୍ତି । ଏଥିସହିତ ନବଦାସ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି। ଏଣେ କଂଗ୍ରେସ କହିଛି ଏମିତି ନେତା ଆଗରୁ ପଳାଇବା ଭଲ।
{"id":77621}ସେପଟେ ପଶ୍ଚିମ ଓଡିଶାକୁ ନବୀନଙ୍କ ତୋଫାନୀ ଗସ୍ତ ଉପରେ ପ୍ରଶ୍ନ କରିଛି ବିଜେପି । ଗୋଟିଏ ପଟେ ଯୁବକଙ୍କୁ ଏକାଠି କରିଛନ୍ତି ନବୀନ ଆଉ ଠିକ୍ ଏହି ସମୟରେ ରାଜ୍ୟ ସରକାରଙ୍କ ନିଯୁକ୍ତି ନୀତି କଥା ଉଠାଇଛି ବିଜେପି। ମେକ୍ ଇନ ଓଡିଶା କିଭଳି ଫେଲ୍ ମାରିଛି ତାର ହିସାବ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଯାହାର ଜବାବ ରଖିଛି ବିଜେଡି ।
{"id":77622}ନବୀନ ପଶ୍ଚିମ ଓଡ଼ିଶାରେ ଫିଲ୍ଡ ସଜାଡୁଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରଶ୍ନ ବାଣରେ ଶଙ୍ଖ ବାଟକୁ ଚେକ୍ ଦେବାକୁ ଚେଷ୍ଟା କରିଛନ୍ତି।