୨୯ରେ ନବୀନ ଓ ୩୦ରେ ମୋଦି ନେବେ ଶପଥ: ପରସ୍ପରକୁ କଲେ ଆମନ୍ତ୍ରଣ, ଓଡିଶା ଗଠନରେ ସହଯୋଗ କରିଥିବା ଉଦ୍ୟୋଗପତିଙ୍କୁ ବି ଡାକିଲେ ନବୀନ

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର୨୭|୫;  ମେ ୨୯ରେ ଶପଥ ନେବ  ନବୀନ ।ମେ ୩୦ରେ ଶପଥ ନେବେ ମୋଦି। କିନ୍ତୁ ଶପଥ ଗ୍ରହଣ ଉତ୍ସବକୁ ନବୀନ ମୋଦିଙ୍କୁ ନିମନ୍ତ୍ରଣ କରିଥିବା ବେଳେ ମୋଦି ମଧ୍ୟ ନବୀନଙ୍କୁ ନିମନ୍ତ୍ରଣ କରିଛନ୍ତି। ନବୀନଙ୍କ ପଞ୍ଚମ ପାଳି ସରକାର ଶପଥ ପାଠ ଉତ୍ସବକୁ ପ୍ରଧାନମନ୍ତ୍ରୀଙ୍କ ଭିନ୍ନ ଅନ୍ୟ କେଉଁ ଜାତୀୟ ସ୍ତରର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଉଛି ତାକୁ ନେଇ ଚାଲିଛି କଳ୍ପନାଜଳ୍ପନା।

{"id":116710}

ମେ ୨୯ ତାରିଖରେ ଶପଥ ନେବେ ନବୀନ ସକାଳ ସାଢ଼େ ୧୦ । ପଞ୍ଚମ ପାଳି ପାଇଁ ଶପଥ ଗ୍ରହଣ କରିବେ ନବୀନ । ରାଜଭବନ ବାହାରେ ପ୍ରଦର୍ଶନୀ ପଡିଆରେ ଶପଥ ପାଠ ଉତ୍ସବ ଆୟାଜନ ହେବ।  ତେବେ ଶପଥ ଗ୍ରହଣ ଉତ୍ସବରେ କେଉଁମାନେ ଯୋଗଦେବେ। କେବଳ ଓଡିଶା ନିର୍ମାଣରେ ଯୋଗଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିଛନ୍ତି ନବୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି । ବାକି ଜାତୀୟ ସ୍ତରର କୌଣସି ରାଜନେତାଙ୍କୁ ନିମନ୍ତ୍ରଣ କରି କୌଣସି ବିବାଦରେ ପାଦ ଦେବାକୁ ଚାହିଁନାହାନ୍ତି ।  ତେବେ ମେକ ଇନ ଓଡିଶାରେ ଭାଗ ନେଇଥିବା ବିଗ୍ ଇଣ୍ତଷ୍ଟ୍ରିଆଲିଷ୍ଟ, ବିଜିନେସ ଟାଇକୁନ ଶପଥ ପାଠ ଉତ୍ସବରେ ଦେଖିବାକୁ ମିଳିବ। ରତନ ଟାଟା, ନବୀନ ଜିନ୍ଦଲ, ମୁକେଶ ଅମ୍ବାନି ହେବେ ଶପଥ ପାଠ ଉତ୍ସବର ମୁଖ୍ୟ ଆକର୍ଷଣ।

{"id":116711}

ବିରୋଧୀ ଦଳ ପକ୍ଷରୁ କଡା ଚ୍ୟାଲେଞ୍ଜ ସତ୍ବେ  ବିଜେଡି ପୁଣି କ୍ଷମତାକୁ ଫେରିଛି। ବିଧାନସଭାରେ ୧୧୨ ଆସନ ହାତେଇଛି। ଏହି ଆସନ ହାତେଇବାରେ ଯେଉଁ ମାନଙ୍କର ପ୍ରମୁଖ ଭୂମିକା ଅଛି ବିଜେଡି ସେମାନଙ୍କୁ ଅତିଥି ରୂପେ ଡାକିଛି । ବିଶେଷକରି ସ୍ବୟଂ ସହାୟକ ଗୋଷ୍ଠୀ ମହିଳା, ବିଭିନ୍ନ ସଙ୍ଗଠନର ନେତାଙ୍କୁ ଏହି ଶପଥ ପାଠ ଆମନ୍ତ୍ରଣ କରାଯାଇଛି। ତା ସହିତ ରାଜ୍ୟର ସବୁ ରାଜ୍ୟନୈତକ ଦଳର ସଭାପତି, ସମସ୍ତ ବିଧାୟକ ମାନଙ୍କୁ ନିମନ୍ତ୍ରଣ ପତ୍ର ଦିଆଯାଇଛି।

{"id":116712}

ପଞ୍ଚମ ଥର ସରାକର କରୁଥିଲେ  ବି ନବୀନ ଏଥର ଶପଥ ପାଠ ଉତ୍ସବ​‌ରେ ଅଲାଗା ବାର୍ତ୍ତା ଦେବାକୁ ଉଦ୍ୟମ କରିଛନ୍ତି। ଓଡିଶା ଗଠନରେ ସହାୟତା କରିଥିବା ବ୍ୟକ୍ତିବିଶେଷଙ୍କୁ ଡାକି ନୁଆ ଉଦାହାରଣ ସୃଷ୍‌ଟି କରିବାକୁ ଯୋଜନା କରିଛି ବିଜେଡି।

{"id":116713}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.