ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ

Published By : Prameya-News7 Bureau | September 26, 2022 IST

ଭୁବନେଶ୍ୱର ୨୬/୦୯: ଆଜି ଠାରୁ ଆରମ୍ଭ ହେଉଛି ମା'ଙ୍କ ନବରାତ୍ର ପୂଜା । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ପୀଠ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଥିବା ପାର୍ବଣ ପୂଜା ମହାଷ୍ଟମୀ ପର୍ଯ୍ୟନ୍ତ ଚାଲିବ ।

ଏହି ୧୬ ଦିନ ବ୍ୟାପି ମା'ଙ୍କ ପୀଠରେ ସ୍ବତନ୍ତ୍ର ରିତିନୀତି ଅନୁସାରେ ପୂଜା କରାଯିବାର ପରମ୍ପରା ରହିଛି। ଏହି ଅବସରରେ ମା' ଶାରଳାଙ୍କୁ ବିଭିନ୍ନ ବେଶରେ ସୁସଜ୍ଜିତ କରାଯିବା ସହ ମା'ଙ୍କ ପୀଠରେ ପ୍ରତିଦିନ ଷୋଡଶ ଉପଚାର ପୂଜା ଓ ଚଣ୍ଡୀ ପାଠ ଆଦି କରାଯାଉଛି। ମା' ଶାରଳାଙ୍କ ଦର୍ଶନ କରିବା ପାଇଁ ଦୂର ଦୁରାନ୍ତରରୁ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମୁଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.