ପାରାଦୀପରେ ଦୁଇ ଦିନିଆ ସମରାଭ୍ୟାସ 'ସି ଭିଜିଲ୍', ବାହ୍ୟ ଶତୃ ମୁକାବିଲା ନେଇ ହେବ ରଣନୀତି

Published By : Prameya-News7 Bureau | November 15, 2022 IST

ପାରାଦୀପ ୧୫।୧୧ : ପାରାଦୀପ ସମୁଦ୍ର ଉପକୂଳରେ ଚାଲିଛି ଦୁଇ ଦିନିଆ ସମରାଭ୍ୟାସ ''ସି ଭିଜିଲ୍'' । ମଙ୍ଗଳବାର ସକାଳୁ ଏହି ସମରାଭ୍ୟାସ ଆରମ୍ଭ ହୋଇଥିବା ବେଳେ ଏହା ବୁଧବାର ସଂଧ୍ୟା ପର୍ଯ୍ୟନ୍ତ ଚାଲିବ।

{"id":709434,"sizeSlug":"full","linkDestination":"none"}

ତେବେ ଏହି ସମରାଭ୍ୟାସରେ ନାଭାଲ୍ , ଭାରତୀୟ ତଟରକ୍ଷୀ, ପୋଲିସ, ବନ ବିଭାଗ , ଗୁଇନ୍ଦା ବିଭାଗ, ମତ୍ସ୍ୟ ବିଭାଗ, ଓଡ୍ରାଫ ଟିମ୍ ସାମିଲ ହୋଇଛନ୍ତି । ବ୍ଲୁ ଟିମ୍ ଏବ୍ଂ ରେଡ୍ ଟିମ୍ ଦୁଇଟି ଟିମ୍ କରାଯାଇ ଚାଲିଛି ସମରାଭ୍ୟାସ । ୨୦ ପୋଲିସ ଅଫିସର, ଚାରି ପ୍ଲାଟୁନ ପୋଲିସ ଫୋର୍ସ ଓ ୪୫ ଜଣ ପୋଲିସ କନେଷ୍ଟବଳ ହାବିଲଦାରଙ୍କୁ ନିୟୋଜିତ କରାଯାଇଥିବା ବେଳେ ବାହ୍ୟ ଶତ୍ରୁ କବଳରୁ କିଭଳି ଦେଶକୁ ରକ୍ଷା କରିହେବ ତାକୁ ନେଇ ସମରାଭ୍ୟାସ କରାଯାଉଛି ।

{"id":709435,"sizeSlug":"full","linkDestination":"none"}

୨୬/୧୧ ମୁମ୍ବାଇ ଆକ୍ରମଣ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ଵାରା ଏହି ସମରାଭ୍ୟାସ ପ୍ରତିବର୍ଷ ଆୟୋଜନ ହେଉଛି । ଜଳପଥରେ କିଭଳି ବାହ୍ୟ ଶତୃ ପ୍ରବେଶ କଲେ ତାଙ୍କୁ ପ୍ରତିହତ କରି ହେବ ସେନେଇ ବିଶେଷ ଭାବେ ଗୁରୁତ୍ଵ ଦିଆଯାଉଛି। ଜଳପଥ ଓ ଏହାର ସୀମା ବର୍ତ୍ତି ଅଞ୍ଚଳରେ ବ୍ୟାପକ ପୋଲିସ ବ୍ୟବସ୍ତା କରାଯାଇଥିବା ବେଳେ, ସମୁଦ୍ର ଭିତରେ ସମସ୍ତଙ୍କୁ ତନ୍ନ ତନ୍ନ କରି ଚେକିଂ କରାଯାଉଛି । ସମୁଦ୍ର କୂଳ, ଛକ ବଜାର, ଗଳିକନ୍ଦି, ମାଛଧରା ବନ୍ଦର ଓ ସମୁଦ୍ର ଭିତରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.