LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିକ୍ରି ହୋଇଛି ରାଷ୍ଟ୍ରପତି ଭବନ, ଲାଲ୍ କିଲ୍ଲା ଓ ତାଜମହଲ !

9/05/2018 at 7:39 AM

ତାଜମହଲ, ରାଷ୍ଟ୍ରପତି ଭବନ, ଲାଲ୍ କିଲ୍ଲା, ସଂସଦ ଭବନ ଆଦି ସ୍ଥାନ ହେଉଛି ରାଷ୍ଟ୍ରୀୟ ସମ୍ପତ୍ତି। ଏସବୁ କାହା ବକ୍ତିଗତ ମାଲିକାନାରେ ନାହିଁ ଯେ, କେହି କାହାକୁ ବିକ୍ରି କରିପାରିବ । କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏ ସବୁ ଥରେ ନୁହେଁ, ବାରମ୍ବାର ବିକ୍ରି ହୋଇଛି । ବିକ୍ରି କରିଥିବା ଲୋକଟିର ନାଁ ହେଲା ମିଥିଲେଶ କୁମାର ଶ୍ରୀବାସ୍ତବ । ନଟବର ଲାଲ୍ ଭାବେ ସେ ବେଶ ପରିଚିତ । ଜଣେ ବିଚକ୍ଷଣ ଠକ । ଓକିଲ ହୋଇ ଥିବାରୁ ଆଇନ୍ କାନୁନ୍ ସମ୍ବନ୍ଧରେ ବିଶେଷ ଜ୍ଞାନ ଥିଲା ମିଥିଲେଶର ।
ନକଲି କାଗଜ ପତ୍ର ପ୍ରସ୍ତୁତ କରି ଓ ନିଜକୁ ଜଣେ ସରକାରୀ ଅଫିସର ବୋଲି ପରିଚୟ ଦେଇ ଅଜ୍ଞ ବିଦେଶୀ ପର୍ଯ୍ୟଟକଙ୍କୁ ସେ ବାରମ୍ବାର ବିକ୍ରି କରି ପାରିଥିଲା ତାଜମହଲ, ରାଷ୍ଟ୍ରପତି ଭବନ ଓ ଲାଲ୍ କିଲ୍ଲା । ଏପରିକି ଥରେ ସାଂସଦମାନଙ୍କ ସହିତ ଭାରତର ସଂସଦ ଭବନକୁ ମଧ୍ୟ ସେ ବିକ୍ରି କରି ଦେଇଥିଲା । ବିହାର ପ୍ରଦେଶର ବାଙ୍ଗରାରେ ଜନ୍ମ ମିଥିଲେଶ ନାଁରେ ଶହେଟି ମାମଲା ଥିଲା । ଆଠଟି ରାଜ୍ୟର ପୋଲିସ ପାଇଁ ସେ ଥିଲା ମୋଷ୍ଟ ୱାଣ୍ଟେ଼ଡ୍ । ଚଉଦ ଥର ପୁଲିସ ହାତରେ ଧରା ପଡି ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଥିଲା ନଟବରଲାଲ । ହେଲେ ପ୍ରତିଥର ଜେଲରୁ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା । ଶେଷ ଥର ପାଇଁ 1996 ମସିହାରେ ସେ ପୁଲିସ ହାତରେ ଗିରଫ ହୋଇଥିଲା । ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ କାନପୁର ଜେଲରୁ ଦିଲ୍ଲୀ ନିଆ ଯାଉଥିବା ବେଳେ ଦିଲ୍ଲୀ ରେଳ ଷ୍ଟେସନରେ ହ୍ବିଲ୍ ଚେୟାରରୁ ଉଭାନ୍ ହୋଇ ଯାଇଥିଲା ସେ । ସେଦିନୁ ତାକୁ ଆଉ କେହି ଦେଖି ନାହିଁ । ମିଥିଲେଶର ଠକ କାହାଣୀକୁ ନେଇ ନିର୍ମାଣ ହୋଇଥିଲା ଅମିତାଭ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ମିଷ୍ଟର ନଟବର ଲାଲ୍’ ।
ଉପସ୍ଥାପନା : ସୁବ୍ରତ ଜେନା

Leave a Reply

   Related Posts