vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ସନ୍‌ ଟ୍ୟାନ୍‌ରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଘରୋଇ ଡି-ଟ୍ୟାନ୍‌ ଫେସ୍‌ ମାସ୍କ

15/05/2022 at 2:58 PM

ମୁମ୍ବାଇ ୧୫।୦୫ : ଗ୍ରୀଷ୍ମ ଋତୁ ପ୍ରାୟ ସମସ୍ତଙ୍କ ପାଇଁ କଷ୍ଟସାଧ୍ୟ । ପ୍ରବଳ ସୂର୍ଯ୍ୟକିରଣ, ଉଚ୍ଚ ତାପମାତ୍ରା ଏବଂ ଗରମ ପବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଅନେକ କ୍ଷତି ହୋଇଥାଏ । ଏହା ବ୍ୟତୀତ ଖରାରେ ଟିକେ ବୁଲି ଗଲେ ସ୍କିନ୍‌ କଲର ମଧ୍ୟ ବଦଳି ଯାଏ। ଯାହା ଫଳରେ ସନବର୍ନ ତଥା ସନଟ୍ୟାନ୍‌ ସମସ୍ୟା ଦେଖା ଦିଏ । ଏଥିପାଇଁ ବାହାରକୁ ଯିବା ପୂର୍ବରୁ ମୁହଁରେ ଯେତେ ସନ୍‌ସ୍‌କ୍ରିମ୍‌ ଲଗାଇଥାଉ ହେଲେ ମଧ୍ୟ ଟ୍ୟାନିଂ ହୋଇଥାଏ। ଏହାର ସବୁଠାରୁ ବଡ କାରଣ ହେଉଛି ସନ୍‌ସ୍‌କ୍ରିମ୍‌ । ଯାହା ଆପଣଙ୍କୁ ଅଧିକ ଝାଳ ବାହାର କରିଥାଏ। ଯାହା ଫଳରେ ସବୁ ଧୋଇ ହୋଇ ଯାଏ। ଏଭଳି ପରିସ୍ଥିତିରେ ଟ୍ୟାନିଂ ହେବା ନିଶ୍ଚୟ । ଯଦି ତୁମର ଟ୍ୟାନିଂ ହୋଇଛି , ତେବେ ତୁମେ ଏହାକୁ ଏକ ଟାନ୍ର ଫେସ୍ ମାସ୍କ ତିଆରି କରି ବ୍ୟବହାର କରିପାରିବେ।

ଟମାଟୋ ପ୍ୟୁରି –ଟମାଟୋ ପ୍ୟୁରି ତ୍ବଚା ତଥା ଚର୍ମ ପାଇଁ ଭଲ କାମ କରେ ଏବଂ ତ୍ବଚାରୁ ଟାନ୍ ବାହାର କରିବାରେ ସହାୟକ ହୋଇଥାଏ। ଏହା କେବଳ ଟ୍ୟାନିଂକୁ ଦୂର କରେ ନାହିଁ ବରଂ ତ୍ବଚାକୁ ଚମକାଇଥାଏ । ଡି ଟାନ୍ ପ୍ୟାକ୍ ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା କେଶରେ ମଧ୍ୟ ଲଗାଯାଇପାରିବ।

ମହୁ-ଏକ ଚାମଚ ହଳଦୀ ଏବଂ ଏକ ଚାମଚ କ୍ଷୀର ,ଦୁଇ ଚାମଚ ମହୁ ଏବଂ ଅଧା ଚାମଚ ଲେମ୍ବୁ ରସରେ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ତୁମ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡିଦିଅ । ଏହା ଶୁଖି ସାରିବା ପରେ ମୁହଁକୁ ଧୋଇ ଦିଅନ୍ତୁ। ପ୍ରଥମ ବ୍ୟବହାରରୁ ଆପଣ ନିଶ୍ଚୟ ପାର୍ଥକ୍ୟ ଅନୁଭବ କରିବେ ।

ପଇଡ ପାଣି –ହାତ ଏବଂ ମୁହଁରେ ସତେଜ ପଇଡ ପାଣି ବ୍ୟବହାର କରିବା ସହ ମାଲିସ୍‌ କଲେ ଟ୍ୟାନିଂରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ପ୍ରତିଦିନ ନଡ଼ିଆ ବା ପଇଡ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ ।

   Related Posts