suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ନାଟୋରେ ଭାରତକୁ ସାମିଲ କରାଇବାକୁ ପ୍ରୟାସ କରୁଛି ଆମେରିକା, ରୁଷ ବିଦେଶ ମନ୍ତ୍ରୀଙ୍କ ବଡ଼ ଦାବି

2/12/2022 at 10:16 PM

ନୂଆଦିଲ୍ଲୀ: ନାଟୋରେ ଭାରତକୁ ସାମିଲ କରାଇବାକୁ ଉଦ୍ୟମ କରୁଛି କି ଆମେରିକା ? ଭାରତ ସରକାର ଏହା ଉପରେ ବର୍ତ୍ତମାନ ସୁଦ୍ଧା କିଛି କହିନାହାନ୍ତି, କିନ୍ତୁ ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏହି ଦାବି କରି ସମସ୍ତଙ୍କୁ ଚକିତ କରାଇଛି ।

ଲାଭରୋଭ ଆମେରିକା ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ସେ ଭାରତକୁ ନାଟୋରେ ସାମିଲ କରାଇବାକୁ ଚାହୁଁଛି ଏବଂ ଚୀନକୁ ନେଇ ଉତ୍ତେଜନା ବଢାଇବାକୁ ଚାହୁଁଛି, କିନ୍ତୁ ତାର ମୁଖ୍ୟ ନିଶାନା ହେଉଛି ରୁଷ । ଆମେରିକ ରୁଷ ପାଇଁ ବିପଦ ସୃଷ୍ଟି କରିବାକୁ ଚାହୁଁଛି । ରୁଷ ବିଦେଶ ମନ୍ତ୍ରୀଙ୍କ ମସ୍କୋରେ ଗଣମାଧ୍ୟମକୁ ପ୍ରତକ୍ରିୟା ଦେଇ କହିଛନ୍ତି ଚୀନ ସାଗର ଏବେ ଅସ୍ଥିର ଅଞ୍ଚଳ ହେବାରେ ଲାଗିଛି । ଏହା ପଛରେ ନାଟୋ ରହିଛି । ୟୁକ୍ରେନରେ ମଧ୍ୟ ନାଟୋ ଏହା ହିଁ କରିଥିଲା । ରୁଷ ବିଦେଶ ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ନାଟୋ ଦେଶ ମିଶି ଭାରତକୁ ରୁଷ ଏବଂ ଚୀନ ବିରୋଧୀ ଗୋଷ୍ଠୀରେ ସାମିଲ କରିବାକୁ ଚାହୁଁଛନ୍ତି । ନାଟୋ ଦକ୍ଷିଣ ଚୀନ ସାଗରରେ ଚାପା ଉତ୍ତେଜନା କରିବାରେ ଲାଗିଛି, ଯାହା ଦ୍ୱାରା ରୁଷକୁ ଘେରାବନ୍ଦୀ କରିପାରିବ ।

ଉଲ୍ଲେଖଯୋଗ୍ୟ ଯେ ନାଟୋ ବିଶ୍ୱର ସବୁଠୁ ଶକ୍ତିଶାଳୀ ସୈନ୍ୟ ସଂଗଠନ ଅଟେ । ୧୯୪୯ ଏପ୍ରିଲ ୪ରେ ଏହାର ସ୍ଥାପନା ହୋଇଥିଲା । ଏହାର ମୁଖ୍ୟାଳୟ ବେଲଜିୟମର ବ୍ରୁସେଲରେ ଅଛି । ଏହା ସଦସ୍ୟ ଦେଶଙ୍କ ଏକ ସାମୂହିକ ସୁରକ୍ଷା ସଂଗଠନ ଅଟେ । ଏହାର ସଦସ୍ୟ ଦେଶ ବାହ୍ୟ ଆକ୍ରମଣ ସ୍ଥିତିରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଟନ୍ତି । ବର୍ତ୍ତମାନ ସମୟରେ ଏହି ସଂଗଠନରେ ୩୦ ସଦସ୍ୟ ଅଛନ୍ତି।

   Related Posts