ନୂଆଦିଲ୍ଲୀ ୨୫।୩: ଦେଶରେ କରୋନା ସଂକ୍ରମଣ ବଢି ବଢି ଚାଲିଛି। ଏଣୁ ଭୂତାଣୁ ଶୃଙ୍ଖଳ ଛିନ୍ନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ମଧ୍ୟରାତ୍ରରୁ ସାରା ଦେଶକୁ ୨୧ ଦିନ ଲାଗି ‘ଲକ୍ ଡାଉନ୍’ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ଘୋଷଣା ପରେ ଯଦି ଦେଶର କୌଣସି ସ୍ଥାନରେ କାହାକୁ ଆଇନ ଅମାନ୍ୟ କରୁଥିବାର ଦେଖାଯାଏ ତେବେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ। ଆସନ୍ତୁ ଜାଣିବା ଲକ ଡାଉନ୍ରେ ଆଇନ ଭାଙ୍ଗିଲେ କ’ଣ ରହିଛି ଦଣ୍ଡର ପ୍ରାବଧାନ।
{"id":243850,"width":578,"height":591,"sizeSlug":"large"}
ଲକ ଡାଉନ୍ ବେଳେ ସାରା ଦେଶରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୪୪ ଜାରି ରହିବ। ଏଣୁ ଲକ୍ ଡାଉନ ଗାଇଡଲାଇନ ଅବମାନନା କଲେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଆଇନର ଧାରା ୫୧ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯିବ। ଯେଉଁଥିରେ ଉଭୟ ଦଣ୍ଡ ଓ ଜରିମନାର ବ୍ୟବସ୍ଥା ରହିଛି। ଲକ୍ ଡାଉନ ନମାନିଲେ ୨୦୦ ଟଙ୍କା ଜରିମାନା ଓ ୧ ମାସ ଜେଲଦଣ୍ଡର ବ୍ୟବସ୍ଥା ରହିଛି। ଯଦି ଦଙ୍ଗା ଭଳି ପରିସ୍ଥିତି ଉପୁଜେ ତେବେ ଦଣ୍ଡର ଅବଧି ୬ ମାସ ବୃଦ୍ଧି ହୋଇପାରେ।
{"id":243856,"width":579,"height":579,"sizeSlug":"large"}
ସେହିପରି ଆଇନ ଭଙ୍ଗ ଯୋଗୁ ଯଦି କାହାର ମୃତ୍ୟୁ ହୁଏ ଅଥବା ସେପରି ବିପଦ ସୃଷ୍ଟି ହୁଏ ତେବେ ସର୍ବାଧିକ ୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବି ହୋଇପାରେ। ଗୃହମନ୍ତ୍ରାଳୟଙ୍କ ଆଦେଶ ଅନୁସାରେ ଯଦି କରୋନାକୁ ନେଇ କେହି କିଛି ଗୁଜବ ରଟାଏ ତେବେ ଏଥିଲାଗି ତାଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଜେଲ ଓ ଜରିମାନା ମଧ୍ୟ କରାଯିବ। ଏଣୁ ଏପରି କୌଣସି ପରିସ୍ଥିତି ସୃଷ୍ଟି ନ କରନ୍ତୁ ଯେପରି ଆପଣଙ୍କ ବିରୋଧରେ ପୋଲିସକୁ କାର୍ଯ୍ୟାନୁଷ୍ଠାନ କରିବାକୁ ପଡେ।