Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

Ocean treaty: ଐତିହାସିକ ମହାସାଗର ବୁଝାମଣା ପାଇଁ ଲାଗିଲା ୨୦ ବର୍ଷ, ଜାଣନ୍ତୁ ଏହା ବିଷୟରେ ସବୁ କିଛି…

6/03/2023 at 4:44 PM

ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ଦୁନିଆର ଅଧିଂକାଶ ଦେଶ ମହାସାଗରର ଅର୍ନ୍ତଜାତୀୟ ଜଳରେ ଜୈବ ବିବିଧତାର ସୁରକ୍ଷା ଉପରେ ସହମତି ପ୍ରକାଶ କରିଛନ୍ତି । ଏହି ବୁଝାମଣା ପାଇଁ ୨୦ ବର୍ଷ ଧରି ଆଲୋଚନା ଚାଲିଥିଲା । ଜାତିସଂଘର ସଦସ୍ୟ ଦେଶ ଗୁଡିକ ମଧ୍ୟରେ ଅନ୍ତରାଷ୍ଟ୍ରୀୟ ମହାସାଗର ବୁଝାମଣା ଉପରେ ସହମତି ପ୍ରକାଶ ପାଇଛି । ଏହି ଐତିହାସିକ ବୁଝାମଣା ପରେ କୌଣସି ଦେଶର ସୀମାରେ ଆସୁ ନଥିବା ମହାସାଗର ଜଳରେ ଜୈବ ବିବିଧତାର ସଂରକ୍ଷଣ ପାଇଁ ଆଇନ ପ୍ରସ୍ତୁତ ହୋଇପାରିବ ।

ନ୍ୟୁୟର୍କରେ ଦୁଇ ସପ୍ତାହ ଧରି ଚାଲିଥିବା ବୈଠକ ପରେ ମୁଝାମଣା ଉପରେ ସହମତି ନେଇ ଘୋଷଣା ହୋଇଛି । ଏହା ପୂର୍ବରୁ ୧୯୯୪ରେ ମହାସାଗର ଆଇନ ଚୁକ୍ତି ହୋଇଥିଲା, ଏହା ଜରିଆରେ ଜୈବ ବିବିଧତାର ପରିଭାଷାକୁ ସ୍ପଷ୍ଟତା ମିଳିଥିଲା ।

ଅନ୍ତରାଷ୍ଟ୍ରୀୟ ମହାସାଗର ବୁଝାମଣା ସେହି ଅଞ୍ଚଳର ଜୈବ ବିବିଧତାକୁ ସୁରକ୍ଷା ଦେବା ଉପରେ କେନ୍ଦ୍ରୀତ ରହିବ ଯାହା କୌଣସି ଦେଶର ଜଳସୀମା ମଧ୍ୟରେ ଆସୁ ନାହିଁ । ଇଂରାଜୀରେ ହାଇ ସିଜ୍ (High Seas) ନାଁରେ ଜଣା ଯାଉଥିବା ଏହି ଅଞ୍ଚଳରୁ ଆଇନ ପରିସରକୁ ଆଣିବା ପାଇଁ ୨୦ ବର୍ଷ ଧରି ଚର୍ଚ୍ଚା ଜାରି ରହିଥିଲା । କିନ୍ତୁ ବିଭିନ୍ନ ଦେଶ ମଧ୍ୟରେ ଅସହମତି ଯୋଗୁଁ ଏହି ବୁଝାମଣା ସଫଳ ହୋଇପାରି ନଥିଲା ।

ତେବେ ଶେଷରେ ଜାତିସଂଘର ସଦସ୍ୟ ଦେଶ ବୁଝାମଣା ଉପରେ ସହମତି ପ୍ରକାଶ କରିଛନ୍ତି ଯାହା ପୃଥିବୀର ଅଧା ଅଂଶ ଉପରେ ଲାଗୁ ହେବ । ଏହି ଚୁକ୍ତି ଅନୁସାରେ ଏକ ନୂତନ ସଂସ୍ଥାର ଗଠନ କରାଯିବ ଯାହା ମହାସାଗରୀୟ ଜୀବନର ସଂରକ୍ଷଣ ପାଇଁ ବ୍ୟବସ୍ଥା କରିବ ଏବଂ ଅନ୍ତରାଷ୍ଟ୍ରୀୟ ଜଳରେ ସଂରକ୍ଷିତ କ୍ଷେତ୍ରକୁ ଚିହ୍ନଟ କରିବ । ୟୁଏନ ବାୟୋଡାଇଭର୍ସିଟି କନଫେନ୍ସରେ ପୃଥିବୀର ୩୦ ପ୍ରତିଶତ ଜଳ ଏବଂ ସ୍ଥଳର ସଂରକ୍ଷଣ ଲକ୍ଷ୍ୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ଅଟେ ।

ୟୁଏନେ ମୁଖ୍ୟ ଆଣ୍ଟୋରିୟୋ ଗୁଟେରେସଙ୍କ ମୁଖପାତ୍ରଙ୍କ ପକ୍ଷରୁ ଏହା ଉପରେ ଏକ ବୟାନ ଜାରି କରାଯାଇଛି । ଏଥିରେ ଗୁଟେରେସ କହିଛନ୍ତି ଯେ ଜୈବ ବିବିଧତାର ସଂରକ୍ଷଣକୁ ଏହା ଏକ ବଡ଼ ବିଜୟ ଅଟେ । ଭବିଷ୍ୟତର ପିଢି ଉପରେ ଏହା ସକାରାତ୍ମକ ପରିଣାମ ଦେଖିବାକୁ ମିଳିବ ।   

ଦୁନିଆର ଦୁଇ-ତୃତୀୟାଂଶ ମହାସାଗରକୁ ଅନ୍ତରାଷ୍ଟ୍ରୀୟ ଜଳ ବୋଲି ଗଣାଯାଉଛି । ଅର୍ଥାତ୍ ସବୁ ଦେଶକୁ ସେଠାରେ ମାଛ ଧରିବା, ଜାହାଜ ଚଲାଇବା ଏବଂ ରିସର୍ଚ୍ଚ କରିବାର ଅଧିକାର ରହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏଥିରୁ ପ୍ରାୟ ୧ ପ୍ରତିଶତ ପାଣିକୁ ହାଇ ସିଜ୍ ରୂପେ ଗଣାଯାଉଛି ଏବଂ ସଂରକ୍ଷିତ କରାଯାଉଛି ।

ଇଣ୍ଟରନ୍ୟାସନାଲ ୟୁନିୟନ ଫର୍ କଞ୍ଜରଭେସନ ଅଫ୍ ନେଚର (IUCN) ଅନୁସାରେ, ସମୁଦ୍ର ପ୍ରଜାତୀଙ୍କ ନୂଆ ଆକଳନରେ ପ୍ରାୟ ୧୦ ପ୍ରତିଶତଙ୍କ ଉପରେ ବିଲୁପ୍ତ ହେବାର ବିପଦ ରହିଛି । ବିଲୁପ୍ତ ହେବାର ଦୁଇ ପ୍ରମୁଖ କାରଣ ମଧ୍ୟରେ ଅଧିକ ମାଛ ଧରିବା ଏବଂ ପ୍ରଦୂଷଣ ରହିଛି । ଏକ ସାଇନ୍ସ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଜଳବାୟୁ ପରିବର୍ତ୍ତନ ଯୋଗୁଁ ସମୁଦ୍ରର ହିଟ୍ ୱେଭ ମଧ୍ୟ ୨୦ ଗୁଣା ଅଧିକ ହୋଇଛି । ଏହା ବାତ୍ୟା ପରି ଘଟଣା ସହ ବଡ଼ ଧରଣରେ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ଆଣିପାରେ ।

   Related Posts