ବିବେକାନନ୍ଦ ବିଦ୍ୟାପୀଠରେ ପାଳନ ହେଲା ରାଷ୍ଟ୍ରୀୟ ଯୁବ ଦିବସ
14/01/2023 at 5:06 PM

ସାଲେପୁର ୧୨/୦୧: କଟକ ଜିଲ୍ଲା ସାଲେପୁର ବ୍ଲକ ବହୁଗ୍ରାମରେ ଥିବା ବିବେକାନନ୍ଦ ବିଦ୍ୟାପୀଠରେ ରାଷ୍ଟ୍ରୀୟ ଯୁବ ଦିବସ ତଥା ବିବେକାନନ୍ଦ ଜୟନ୍ତୀ ପାଳନ କରାଯାଇଛି। ପୁରାତନ ଛାତ୍ର ସଂସଦ ଓ ସ୍କୁଲ ପକ୍ଷରୁ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିଲା। ପ୍ରଧାନ ଶିକ୍ଷୟତ୍ରୀ କୁନ୍ତଳା ଖଟୁଆଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ଯୋଗ ଦେଇଥିଲେ।
ସେହିପରି ମୁଖ୍ୟବକ୍ତା ଭାବେ ପ୍ରତିଭା ମହାରଥୀ ଓ ସମ୍ମାନୀତ ଅତିଥି ଭାବେ ସ୍ୱାମୀ କୃଷ୍ଣ ପ୍ରେମାନନ୍ଦ ସରସ୍ୱତୀ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷାଧିକାରୀ କୃଷ୍ଣ ଚନ୍ଦ୍ର ନାୟକ, ବ୍ଲକ୍ ଶିକ୍ଷାଧିକାରୀ ଜଗବନ୍ଧୁ ଶତପଥୀ, ଚଳଚ୍ଚିତ୍ର ପ୍ରଜଜୋକ ଦିଲ୍ଲୀପ ଦାସ, ଉପସ୍ଥିତ ଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଓ ନେତୃତ୍ୱରେ ନିଜକୁ ଗଢ଼ି ତୋଳିବାକୁ ଏହି ଅବଶରରେ ଅତିଥିମାନେ ମତବ୍ୟକ୍ତି କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍କୁଲର ପୁରାତନ ବିଦ୍ୟାର୍ଥୀମାନଙ୍କ ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇଥିଲେ।