ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜାତୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ
7/03/2023 at 7:48 PM

କୋଣାର୍କ: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇକୋ ରିଟ୍ରିଟ ସେଣ୍ଟର୍, କୋଣାର୍କ ଠାରେ ଜାତୀୟସ୍ତରୀୟ ମହିଳା ଚିତ୍ରଶିଳ୍ପୀ ଶିବିର ଉଦଘାଟିତ ହୋଇଯାଇଛି। ଭାରତର ବିଭିନ୍ନ ସ୍ଥାନରୁ ୧୯ ଜଣ ନାରୀ ଶିଳ୍ପୀଙ୍କୁ ନେଇ ଏକ ୪ ଦିନିଆ ମହିଳା ଚିତ୍ରଶିଳ୍ପୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଉଦଘାଟନ ଉତ୍ସବ ଅବସରରେ ଉଦଘାଟକ ରୂପେ ବିଭାଗର ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀ ରଞ୍ଜନ କୁମାର ଦାସ ଏବଂ ଓଡିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟାୟକ ଉଦଘାଟନ କରିଥିଲେ।ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରାରମ୍ଭରେ ଅତିଥିମାନଙ୍କୁ ସ୍ବାଗତ କରିବା ସହିତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଶିଳ୍ପୀମାନଙ୍କୁ ଅବଗତ କରିଥିଲେ। ଉପସ୍ଥିତ ଅତିଥି ବୃନ୍ଦ ଅଂଶଗ୍ରହଣକାରି ଶିଳ୍ପୀମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନିତ କରିଥିଲେ।

ଶିବିର ଅବସରରେ ହାଇଦ୍ରାବାଦରୁ ଗୌରୀ ଭେମୂଲା, ଆସାମରୁ ଉପାସନା ବୋରା, ବିହାରରୁ ବନ୍ଦନା କୁମାରୀ, ଆଗ୍ରାରୁ କୀର୍ତ୍ତି ସକ୍ସେନା, ବାଙ୍ଗାଲୋରରୁ ଅର୍ପିତା ଆର. ଜି, ଜବଲପୁରରୁ ସୁପ୍ରିୟା ଶ୍ରୀବାସ୍ତବ ଅମ୍ବର୍, ଗୋଆରୁ ହର୍ଷଦା କେରକାର୍ ସୋନେକ୍ସ, ଉତ୍ତର ପ୍ରଦେଶରୁ ତବସୁମ୍ ଖାନ, ଲକ୍ଷ୍ନୌରୁ ମଇନାଜ୍ ବାନୁ, ଦିଲ୍ଲୀରୁ ବବିତା ପାତ୍ର, ନିବେଦିତା ପଟ୍ଟନାୟକ, ଲିପ୍ସା ପଟ୍ଟନାୟକ, ଶୁଭ୍ରା ଚାନ୍ଦ ଓ ଲକ୍ଷ୍ମୀପ୍ରିୟା ପାଣିଗ୍ରାହୀ, ଅଭିପ୍ସା ପ୍ରଧାନ, ଭୁବନେଶ୍ବରରୁ ଅତସୀ ବସୁ ଜେନା, ଲିପିଶ୍ରୀ ନାୟକ, ସତ୍ୟଭାମା ମାଝୀ ଓ ବାଲେଶ୍ଵରରୁ ଆର୍ଯ୍ୟପ୍ରଜ୍ଞା ବାସବଦତ୍ତା ପ୍ରମୁଖ ଅଂଶ ଗ୍ରହଣ କରିଛନ୍ତି। ଶିଳ୍ପୀମାନେ ଶିବିର ଅବସରରେ ନିଜ ନିଜ ଶୈଳୀରେ ସମ ସାମୟିକ ଚିତ୍ର ଅଙ୍କନ କରିବେ।ଏହି ଶିବିରଟି ମାର୍ଚ୍ଚ ୧୦ତାରିଖ ପର୍ଯ୍ୟନ୍ତ ଚାଲିବ I