୧ ଅକ୍ଟୋବର ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ପାଳିତ, ଚଳିତବର୍ଷର ଶୀର୍ଷକ ‘ରକ୍ତଦାନ କରି ସମଗ୍ର ସମାଜକୁ ଉଜ୍ଜୀବିତ ରଖନ୍ତୁ’

Published By : Prameya-News7 Bureau | October 01, 2021 IST

ଭୁବନେଶ୍ୱର ୧।୧୦: ସାରା ଦେଶରେ ୧ ଅକ୍ଟୋବରକୁ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଭାବେ ପାଳନ କରାଯାଉଛି। ରକ୍ତଦାନ ନିମନ୍ତେ ଯୁବଗୋଷ୍ଠୀଙ୍କ ମଧ୍ୟରେ ସଚେତନତାର ଲକ୍ଷ୍ୟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଯାହାର ଶୀର୍ଷକ ରହିଛି ‘ରକ୍ତଦାନ କରି ସମଗ୍ର ସମାଜକୁ ଉଜ୍ଜୀବିତ ରଖନ୍ତୁ’ ।

ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରକଳ୍ପ ନିର୍ଦ୍ଦେଶିକା ଡା. ଉର୍ମିଳା ମିଶ୍ର ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ରକ୍ତଦାତାମାନଙ୍କୁ ସୁରକ୍ଷିତ, ପର୍ଯ୍ୟାପ୍ତ ଓ ଅବିରତ ରକ୍ତଦାନ ନିମନ୍ତେ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଦେଶର ୭୫ତମ ସ୍ୱାଧୀନତା ଦିବସ ପାଳନ ଏବଂ ନ୍ୟୁ ଇଣ୍ଡିଆ ଆଟ୍ ୭୫ ଅଭିଯାନକୁ ଆମ ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ କରିବା ଦିଗରେ ଯୁବବର୍ଗଙ୍କ ଯୋଗଦାନ ଉଲ୍ଲେଖନୀୟ।

{"id":520572,"sizeSlug":"full","linkDestination":"none"}

ନ୍ୟୁଇଣ୍ଡିଆ ଆଟ୍ ୭୫ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ରେଡ ରିବନ କ୍ଲବ ଛାତ୍ର ଛାତ୍ରୀଙ୍କୁ ନେଇ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିରେ ବିଭିନ୍ନ ପ୍ରତିଯୋଗୀତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଉଛି। ଡା. ମିଶ୍ର କହିଥିଲେ ଯେ ରକ୍ତଦାନର କୌଣସି ବିକଳ୍ପ ନାହିଁ। ନିରାପଦ ଓ ଆବଶ୍ୟକୀୟ ରକ୍ତ ସମୟାନୁସାରେ ଦିଆଯାଇପାରିଲେ ସମଗ୍ର ସମାଜକୁ ଉଜ୍ଜୀବିତ ରଖା ଯାଇପାରିବ। ଏଥିରେ ଯୁବବର୍ଗ ଯଦି ନିୟମିତ ସ୍ୱେଚ୍ଛାକୃତ ରକ୍ତଦାନ କରନ୍ତି ଆବଶ୍ୟକ କରୁଥିବା ରୋଗୀଙ୍କୁ ନିରାଦପଦ ରକ୍ତ ଯୋଗାଇବା ସହଜ ହୋଇପାରିବ।

ଏହି ଅବସରରେ ଓସାକ୍ସ ପରିସରରେ ଚାରା ରୋପଣ କରାଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କଦ୍ୱାରା ଅନୁଷ୍ଠିତ ୱେବିନାରରେ ଓସାକ୍ସର ସମସ୍ତ କର୍ମଚାରୀ ଓ ରେଡରିବନ କ୍ଲବର ସଦସ୍ୟମାନ ଯୋଗ ଦେଇଥିଲେ।

{"id":520573,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.