suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବଢିପାରେ ଶରଦ ପାୱାରଙ୍କ ସମସ୍ୟା, NCP ହରାଇପାରେ ଜାତୀୟ ମାନ୍ୟତା, ପ୍ରସ୍ତୁତି କରୁଛନ୍ତି ନିର୍ବାଚନ ଆୟୋଗ

23/03/2023 at 7:40 PM

ନୂଆଦିଲ୍ଲୀ ୨୩।୩: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ରାଷ୍ଟ୍ରୀୟ ମାନ୍ୟତା ନେଇ ନିର୍ବାଚନ ଆୟୋଗ ପୁନର୍ବିଚାର କରୁଥିବା ଜଣାପଡିଛି। ଏ ନେଇ ଆୟୋଗଙ୍କ ନିକଟରେ ପାର୍ଟି ପକ୍ଷରୁ ଏକ ପିଟିସନ ମଧ୍ୟ ଦାଖଲ ହୋଇଛି। ଏଥି ପାଇଁ ହୋଇଥିବା ଶୁଣାଣିରେ ପ୍ରଫୁଲ୍ଲ ପଟେଲଙ୍କ ସମେତ ଓକିଲ ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଏନସିପିର ମାନ୍ୟତା ଜାତୀୟ ପାର୍ଟି ହିସାବରେ ରହିବ କି ନା ସେ ନେଇ ଆୟୋଗ ଯାଞ୍ଚ କରୁଥିବା ଜଣାପଡିଛି।  

ଏଥିଲାଗି ଆୟୋଗ କାର୍ଯ୍ୟାଳୟକୁ ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟ ଡକାଇଥିଲେ। ଯାହା ଦ୍ୱାରା ସେମାନେ ନିଜର ପକ୍ଷ ରଖି ପାରିବେ। ସେହି ଅନୁସାରେ ପାର୍ଟିର ଜାତୀୟ ନେତା ପ୍ରଫୁଲ୍ଲ ପଟେଲ ନିଜେ ଆୟୋଗଙ୍କ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ପାର୍ଟିର ଜାତୀୟ ମାନ୍ୟତା କାୟମ ରହିବ କି ନା ସେ ନେଇ ଆୟୋଗ ସମୀକ୍ଷା ଆରମ୍ଭ କରିଥିବା ଜଣା ପଡିଛି। ତେବେ ମାମଲାରେ ଆୟୋଗଙ୍କୁ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ପାର୍ଟି ପକ୍ଷରୁ ନିବେଦନ କରାଯାଇଥିବା ଜଣାପଡିଛି।

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ସମେତ ଆୟୋଗ ବସପା, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଓ ତୃଣମୂଳ କଂଗ୍ରେସକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି। ଏ ବାବଦେ ପାର୍ଟି ମାନଙ୍କୁ ୨୦୧୯ରେ ନୋଟିସ୍ ଦିଆଯାଇଥିଲା। ସେହିବର୍ଷ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ପାର୍ଟିମାନଙ୍କର ପ୍ରଦର୍ଶନକୁ ଦେଖି ଏହି ପାର୍ଟି ମାନଙ୍କର ଜାତୀୟ ମାନ୍ୟତା କାହିଁକି ପ୍ରତ୍ୟାହାର କରି ନ ନିଆଯିବ ସେ ନେଇ ପ୍ରଶ୍ନ ଉଠିଥିଲା। ତେବେ ପୁରା ପ୍ରକରଣରେ ଏନସିପି ମୁଖପାତ୍ର ମହେଶ ଚେଚେ ଜାତୀୟ ପାର୍ଟିର ମାନ୍ୟତା ଛଡାଇ ନିଆଯିବା ଖବରକୁ ଖଣ୍ଡନ କରିଛନ୍ତି।

ଚେଚେ କହିଛନ୍ତି ଯେ ପ୍ରଫୁଲ୍ଲ ପଟେଲଙ୍କ ନେତୃତ୍ୱରେ ଏନସିପି ପ୍ରତିନିଧି ମଣ୍ଡଳ ନିର୍ବାଚନ ଆୟୋଗ ଅଧିକାରୀଙ୍କୁ ଭେଟିଥିବା କହିଛନ୍ତି। ଅଧିକାରୀଙ୍କ ସହ ପ୍ରତିନିଧି ମଣ୍ଡଳଙ୍କ ଆଲୋଚନା ସକରାତ୍ମକ ଥିବା ଚେଚେ କହିଛନ୍ତି। ଏଣୁ ପାର୍ଟିର ଜାତୀୟ ମାନ୍ୟତା କାୟମ ରହିବ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ବର୍ତ୍ତମାନ ସମୟରେ ଏନସିପିର ସଦସ୍ୟ ମହାରାଷ୍ଟ୍ର ସମେତ ନାଗାଲ୍ୟାଣ୍ଡ, କେରଳ ଓ ଝାଡଖଣ୍ଡ ବିଧାନସଭାରେ ଅଛନ୍ତି। ତେବେ ଏ ବାବଦେ ଥିବା ନିୟମକୁ ଏନସିପି ପୂରଣ କରୁଥିବା ପାର୍ଟି ପକ୍ଷରୁ କୁହାଯାଇଛି। ଏଣୁ ପାର୍ଟିର ଜାତୀୟ ମାନ୍ୟତା ଛଡାଇ ନିଆଯିବାର ପ୍ରଶ୍ନ ଉଠୁନଥିବା କହିଛନ୍ତି।  

   Related Posts