Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡା. ନୁସରତଙ୍କ କମ୍ପାନୀ ପାଇବ ଜାତୀୟ ଷ୍ଟାଟ ଅପ ପୁରସ୍କାର

11/05/2018 at 11:46 AM

ଡା. ନୁସରତଙ୍କ କମ୍ପାନୀ ପାଇବ ଜାତୀୟ ଷ୍ଟାଟ ଅପ ପୁରସ୍କାର
କର୍କଟ ରୋଗର ସଫଳ ଚିକିତ୍ସା ତଥା ନିରାକରଣ ପାଇଁ ଗବେଷଣା କରି ପ୍ରଶଂସିତା ହୋଇଥିବା ବାଲେଶ୍ବର ଜିଲା,ସୋର ମାଟିର ସୁକନ୍ୟା ଡାକ୍ତର ନୁସରତ ଜେଏମ ସଂଘମିତ୍ରା ପୁଣି ଆଉ ଏକ ଗୌରବର ଅଧତ୍କାରୀ ହୋଇଛନ୍ତି। କର୍କଟ ରୋଗର ଚିକିତ୍ସା। ପାଇଁ ଅଧତ୍କ ଫଳ ଦାୟୀ, ଉଚ୍ଚ ମାନର ଔଷଧ ପ୍ରସତୁତି ନିମନ୍ତେ ସେ ପ୍ରତିଷ୍ଠା କରିଛନ୍ତି ସାଇକା ଅଙ୍କୋ ସୋଲ୍ୟୁସନ ପ୍ରା. ଲିମିଟେଡ କମ୍ପାନୀ। ଭୁବନେଶ୍ବରର କିଟି ଟିବିଆଇ ପରିସରରେ ଏହାର କାର୍ଯୟାଳୟ ଓ ପରୀକ୍ଷାଗାର ରହିଛି। 2018 ମସିହା ପାଇଁ ଜାତୀୟ ଟେକନଲୋଜି ଷ୍ଟାପ ପୁରସ୍କାର ପ୍ରଦାନ ପାଇଁ ଡା. ନୁସରତଙ୍କ କମ୍ପାନୀକୁ ଚୟନ କରାଯାଇଛି। ଆଜି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥତ୍ବା ଏକ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ବାବଦ କମ୍ପାନୀକୁ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ। ସୂତନା ଯୋଗ୍ୟ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସାଇଣ୍ଟିଷ୍ଟ ଇ, ଟେକନୋଲୋଜି ଡେଭଲପମେଣ୍ଟ ବୋର୍ଡ ପକ୍ଷରୁ ହି ପୁରସ୍କାର ପ୍ରଦାନ କରାଯାଇଥାଏ। ସୋର ସହରରେ ଜନ୍ମିତା ନୁସରତ ଜେଏମ ସଂଘମିତ୍ରା ସୋରର ରାଧାନାଥ ବିଦ୍ୟାପୀଠରୁ ମାଟ୍ରିକ ଶିକ୍ଷା ଶେଷ କରିବା ସହ ଫକିର ମୋହନ କଲେଜରୁ ରସାୟନ ବିଜ୍ଞାନ ସମ୍ମାନ ସହ ୧୯୯୫ ରେ ସ୍ନାତକ ଡିଗ୍ରୀ ହାସଲ କରିଥତ୍ଲେ। ୧୯୯୮ ରେ ସେ ଉତ୍କଳ ବିଶ୍ବ ବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିବା ପରେ ଗବେଷଣାରେ କରିଥତ୍ଲେ। ସେ ବେଙ୍ଗଲୋରର ଇଣ୍ଡିଆନ ଇନଷ୍ଟିଚୁୟଟ ଅଫ ସାଇନ୍ସରେ ଆଣ୍ଟି କ୍ୟାନସର ଡ୍ରଗ ଉପରେ ଗବେଷଣା କରି ପିଏଚ.ଡି ଡିଗ୍ରୀ ହାସଲ କଲେ। ମୁମ୍ବାଇସ୍ଥିତ ଟାଟା ଇନଷ୍ଟିଚୁୟଟ ଅଫ ଫଣ୍ଡା ମେଣ୍ଟାଲ ରିସର୍ଚ୍ଚ, ଜାପାନର କ୍ୟୋଟୋ ବିଶ୍ବ ବିଦ୍ୟାଳୟରେ ରିସର୍ଚ୍ଚ ଫଲୋ ଭାବେ କାର୍ଯୟ କରିଛନ୍ତି। ସେ ମଧ୍ୟ ଅକ୍ସପୋର୍ଡ ବିଶ୍ବ ବିଦ୍ୟାଳୟରୁ ଫଲୋସିପ ପାଇଛନ୍ତି । ନିଜ ଗବେଷଣା ଲବ୍ଧ ଜ୍ଞାନର ପ୍ରୟୋଗ କରି କର୍କଟ ରୋଗର ସଫଳ ଚିକିତ୍ସା ନିମ’େ ଅଧତ୍କ ଫଳ ଦାୟୀ ଉଚ୍ଚ ମାନର ଔଷଧ ପ୍ରସ୍ତୁତି ପାଇଁ ସେ ୨୦୧୫ ରେ ପ୍ରତିଷ୍ଠ କଲେ ନିଜର କମ୍ପାନୀ, ସାଇକା ଅଙ୍କ ସୋଲୁୟସନ ପ୍ରା. ଲିମିଟେଡ। ଡା. ନୁସରତ ପୂର୍ବରୁ ଆୟାର ଲ୍ୟାଣ୍ଡରୁ ବେଷ୍ଟ ଇନୋଭେଟିଭ ପ୍ରଡକ୍ଟ ବିଜେତା ଟିଆଇଇ-ବିଆଇଆରଏସି ଗବେଷଣା ବିଜେତା ଓ ଷ୍ଟାର ଆବିଷ୍କାରକ ଭାବେ ପୁରସ୍କୃତ ହୋଇଛନ୍ତି। ୨୦୧୭ ରେ ସେ ଶ୍ରେଷ୍ଠ ଆବିଷ୍କାର ଭାବେ ସିଆଇଆଇ ଏବଂ ଏଆଇସିଟିଇରୁ ଗୋଲ୍ଡ ଏଓବାର୍ଡ ପାଇଥତ୍ଲେ। ତାଙ୍କ କମ୍ପାନୀ ଷ୍ଟାଟ ଅପ ପୁରଷ୍କାର ପାବା ନେଇ କବର ପ୍ରଚାରିତ ହେବାରେ ସ୍ଥାନୀୟ ଅଞ୍ଚଳରେ ଆନନ୍ଦ ପ୍ରକାଶ ପାଇଛି।

Leave a Reply

   Related Posts