oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଜାତୀୟ କ୍ରୀଡା ପୁରସ୍କାର: ନୀରଜ-ମିତାଲିଙ୍କୁ ଖେଳରତ୍ନ, ଶିଖର ଧାଓ୍ଵନଙ୍କୁ ଅର୍ଜୁନ ଆଓ୍ଵାର୍ଡ

13/11/2021 at 6:01 PM

ନୂଆଦିଲ୍ଲୀ ୧୩।୧୧: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଖେଳ ସମ୍ମାନରେ ସମ୍ମାନିତ ଖେଳାଳିଙ୍କୁ ପୁରସ୍କାର ବିତରଣ କରିଛନ୍ତି। ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ସ୍ଵର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରାଙ୍କ ସମେତ ମୋଟ୍ ୧୨ ଖେଳାଳିଙ୍କୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିରେ ପାରା ବ୍ୟାଡମିଣ୍ଟନ ଖେଳାଳି ଓଡିଶାର ପ୍ରମୋଦ ଭଗତ ସାମିଲ୍। ଭଗତ ଟୋକିଓ ପାରା ଅଲିମ୍ପିକ୍ସ ୨୦୨୦ରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେହି ପରି ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ମିଳିଥିବା ବେଳେ ୧୦ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ଆଓ୍ଵାର୍ଡରେ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି।

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ଆଓ୍ଵାର୍ଡରେ ସମ୍ମାନିତ ଖେଳାଳି

ନୀରଜ ଚୋପ୍ରା, ରବି ଦାହିଆ, ଲଭଲିନା ବୋରଗୋହେନ, ଶ୍ରୀଜେଶ ପିଆର, ଅବନି ଲେଖରା, ସୁମିତ ଅନ୍ତିଲ, ପ୍ରମୋଦ ଭଗତ, ମନୀଷ ନରଓ୍ଵାଲ, ମିତାଲି ରାଜ, ସୁନିଲ ଛେତ୍ରୀ, ମନପ୍ରୀତ ସିଂହ, ବ୍ୟାଡମିଣ୍ଟନ ଷ୍ଟାର କୃଷ୍ଣା ନାଗରଙ୍କୁ ମଧ୍ୟ ଖେଳରତ୍ନ ଆଓ୍ଵାର୍ଡ ମିଳିଛି। ହେଲେ ନାଗରଙ୍କ ମାଙ୍କ ଦେହାନ୍ତ କାରଣରୁ ସେ ଆଓ୍ଵାର୍ଡ ଗ୍ରହଣ କରି ପାରି ନାହାନ୍ତି।

ଦ୍ରୋଣାଚାର୍ଯ୍ୟ ପୁରସ୍କାର

ଟିପି ଓସିଫ, ସରକାର ତଲଓ୍ଵାର, ଅଶନ କୁମାର, ଡ. ତପନ କୁମାର, ରାଧାକୃଷ୍ଣନ ନାୟର, ସନ୍ଧ୍ୟା ଗୁରୁଙ୍ଗ, ପ୍ରୀତମ ସିବାଚ, ଜୟପ୍ରକାଶ ନୌଟିଆଲ, ଏସ.ରମନ।

ଅର୍ଜୁନ ପୁରସ୍କାର

ଅରପିନ୍ଦର ସିଂହ(ଆଥଲେଟିକ୍ସ), ସିମରନଜିତ ସିଂହ କୌର(ବକ୍ସିଂ),  ଶିଖର ଧାଓ୍ଵନ(କ୍ରିକେଟ୍), ମୋନିକା(ହକି), ନିଷାଦ କୁମାର, ପ୍ରବୀଣ କୁମାର, ଶରଦ କୁମାର, ସୁହାସ ଏଲଭାଇ, ସିଙ୍ଘରାଜ ଅଧାନା, ଭାବିନା ପଟେଲ, ହରବିନ୍ଦର ସିଂହ, ଦୀପକ ପୁନିଆ।

   Related Posts