scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଯୁବ ସୁଟର୍‌ ନମନବୀର ବରାରଙ୍କ ଦେହାନ୍ତ, ଆତ୍ମହତ୍ୟା ନା ଭୁଲରେ ଦବିଗଲା ବନ୍ଧୁକ ଟ୍ରିଗର !

14/09/2021 at 5:49 PM

ମୋହାଲୀ ୧୪/୦୯ : ଜାତୀୟସ୍ତରର ସୁଟର୍‌ ନମନବୀର ବରାର ଆତ୍ମହତ୍ୟା କରିଛନ୍ତି । ମୋହାଲୀ ସ୍ଥିତ ନିଜ ବାସଭବନରେ ନିଜ ବନ୍ଧୁକରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିବା ଜଣାପଡିଛି । ସେ ଗତ କିଛି ଦିନ ହେଲା ମାନସିକ ରୋଗରେ ପୀଡିତା ଥିବା ସୂଚନା ମିଳିଛି । ନମନବୀର ଆତ୍ମହତ୍ୟା ଖବର ଜଣାପଡିବା ପରେ ପୋଲିସ ତାଙ୍କ ବାସଭବନରେ ପହଞ୍ଚି ଶବ ଜବତ କରିବା ସହିତ ଝାନ୍‌ଭିନ୍‌ ଆରମ୍ଭ କରଛି ।

ନମନବୀର ବରାର ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ସୁଟିଂ ବିଶ୍ବ କପରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ । ତେବେ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ମିଳିନଥିବା ବେଳେ ପୋଲିସ ଅନୁସନ୍ଧାନ ଜାରି ରଖିଛି । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି କହିଛି ପୋଲିସ । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ଜାଣିବାକୁ ଅକ୍ଷମ ଯେ ଗୁଳି କେମିତି ଚାଲିଲା । ନମନବୀର ନିଜ ପରିବାର ସହିତ ମୋହାଲି ସ୍ଥିତ ସେକ୍ଟର-୭୧ର ଏକ ଘରେ ରହୁଥିଲେ ।

नेशनल शूटर Namanveer Brar ने खुद को गोली मार की खुदकुशीPunjab E News

ନମନବରୀର ମୃତ୍ୟୁକୁ ନେଇ ଏବେ ସସ୍‌ପେନ୍ସ ଜାରି ରହିଥିବା ବେଳେ ପ୍ରକୃତରେ ସେ ଆତ୍ମହତ୍ୟା କରିଛନ୍ତି କିମ୍ବା ବନ୍ଧୁକର ଟ୍ରିଗର ଭୁଲରେ ବାଜି ଗୁଳି ଚାଲିଯାଇଛି ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ଜଣାପଡୁଥିଲେ ସୁଦ୍ଧା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ନମନବୀରଙ୍କ ଶରୀରରେ ଏକାଧିକ ଗୁଳିଥିବା ଜଣାପଡିଛି । ଶରୀରର ବିଭିନ୍ନ ସ୍ଥାନରେ ଗୁଳି ବାଜିଛି । ତେଣୁ ପୋଲିସ ଏହା ନିଶ୍ଚିତ ଏକ ଆତ୍ମହତ୍ୟା ତାହା ମଧ୍ୟ କହିନାହିଁ ।

ମୃତଦେହ ନିକଟରୁ ସେଭଳି କୌଣସି ସୁଇସାଇଡ୍ ନୋଟ୍‌ ମଧ୍ୟ ଜବତ ହୋଇନାହିଁ । ସେଥିପାଇଁ ଏହା ଏକ ଆତ୍ମହତ୍ୟା ହୋଇ ନଥାଇପାରେ ବୋଲି କେଉଁଠି ନା କେଉଁଠି ପୋଲିସର ମଧ୍ୟ ସନ୍ଦେହ ହେଉଛି । ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ଯୁବ ସୁଟର୍‌ ନମନବୀର ବରାର କୋରିଆରେ ଅନୁଷ୍ଠିତ ଡବଲ ଟ୍ରିପ୍‌ ସୁଟିଂରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହିତ ପୋଲାଣ୍ଡରେ ଅନୁଷ୍ଠିତ ବିଶ୍ବ ସୁଟିଂ ଚାମ୍ପିୟନ୍‌ସିପ୍‌ରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିଥି​‌ଲେ ।

Namanveer Singh Brar (Shooter) Height, Age, Death, Wife, Family, Biography  & More » StarsUnfolded

   Related Posts