ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ନ୍ୟାସନାଲ ପାୱାର ଗ୍ରୀଡ୍ ଫେଲ୍, ଅନ୍ଧାରରେ ପୂରା ବାଂଲାଦେଶ

4/10/2022 at 6:36 PM

ନୂଆଦିଲ୍ଲୀ: ମଙ୍ଗଳବାର ବାଂଲାଦେଶର ନ୍ୟାସନାଲ ପାୱାର ଗ୍ରୀଡ ଫେଲ୍ ହେବା କାରଣରୁ ସାରା ଦେଶରେ ବ୍ଲାକଆଉଟ୍ ହୋଇଛି । ସରକାରୀ ବିଜୁଳି କମ୍ପାନି କହିଛି, ଗ୍ରୀଡ ଫେଲ ହେବା କାରଣରୁ ବ୍ୟାପକ ରୂପେ ବିଜୁଳି ସେବା ଠପ୍ ହୋଇଛି । ଏହା ଫଳରେ ବାଂଲାଦେଶର ପ୍ରାୟ ୧୪ କୋଟିରୁ ଅଧିକ ଲୋକେ ବିନା ବିଜୁଳିରେ ରହିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ଦ୍ୱାରା ପରିଚାଳିତ ବାଂଲାଦେଶ ପାୱାର ଡେଭପଲମେଣ୍ଟ ବୋର୍ଡର ଅଧିକାରୀ କହିଛନ୍ତି, ଦେଶର ପୂର୍ବ ଅଞ୍ଚଳରେ ବିଜୁଳି ଟ୍ରାନ୍ସମିସନ ଫେଲ୍ ରହିଛି ।

ଦେଶର ବିଜୁଳି ବିଭାଗର ମୁଖପାତ୍ର ସମୀମ ହସନ କହିଛନ୍ତି, ରାଜଧାନୀ ଢାକା ଏବଂ ଅନ୍ୟ ବଡ଼ ସହରରେ ସମସ୍ତ ପାୱାର ପ୍ଲାଣ୍ଟ ବନ୍ଦ ହୋଇଯାଇଛି ଏବଂ ବିଜୁଳି କାଟିବାକୁ ପଡିଛି । ତେବେ କେଉଁଠି ତ୍ରୁଟି ରହିଛି ଏବଂ କାହିଁକି ଏପରି ହେଲା ତାହା ଜାଣିବାକୁ ଇଞ୍ଜିନିୟର୍ସ ପ୍ରସାୟ କରୁଛନ୍ତି । ଏହାକୁ ଠିକ୍ କରିବାକୁ ଅନେକ ସମୟ ଲାଗିପାରେ ।

ବାଂଲାଦେଶର ବିକାଶଶୀଳ ଅର୍ଥନୀତି ପାଇଁ ବିଜୁଳି ସଂକଟ ଏକ ବଡ଼ ବିପଦ । ଖର୍ଚ୍ଚ କମ କରିବା ପାଇଁ ଡିଜେଲରେ ପରିଚାଳିତ ସମସ୍ତ ପାୱାର ପ୍ଲାଣ୍ଟ ପରିଚାଳନା ପାଇଁ ଆବଶ୍ୟକୀୟ ଇନ୍ଧନ ଆମଦାନୀ ଉପରେ ବାଂଲାଦେଶ ସରକାର ରୋକ ଲଗାଇଛନ୍ତି । ଡିଜେଲରୁ ପରିଚାଳିତ ବିଜୁଳି ପ୍ଲାଣ୍ଟ ବାଂଲାଦେଶର ବିଜୁଳି ଉତ୍ପାଦନର ପ୍ରାୟ ୬ ପ୍ରତିଶତ ଯୋଗଦାନ କରନ୍ତି।

   Related Posts