ନୂଆଦିଲ୍ଲୀ ୦୮।୦୮: ରହସ୍ୟରେ ପରିପୂର୍ଣ୍ଣ ସାରା ବିଶ୍ବ । ଏଠାରେ ଏପରି କିଛି ଘଟଣା ଘଟିଥାଏ ଯାହା ଖୁବ୍ ଆଶ୍ଚର୍ଯ୍ୟଜନକ । ଯାହାକୁ ସମାଧାନ କରିବାରେ ବୈଜ୍ଞାନିକ ବି ମାରନ୍ତି ଫେଲ୍ । ବିଦେଶ ସହ ଆମ ଦେଶ ଭାରତରେ ମଧ୍ୟ ରହିଛି ଏପରି କିଛି ସ୍ଥାନ ଯେଉଁଠି କାମ କରେନି କୌଣସି ମାଧ୍ୟାକର୍ଷଣ ଶକ୍ତି ।
ଆମେରିକାର କାଲିଫର୍ନିଆ । ଏଠାରେ ରହିଛି Santa Cruz ନାମକ ଏକ ସ୍ଥାନ । ଏହାକୁ ମିଷ୍ଟ୍ରି ସ୍ପଟ୍ ବା 'ରହସ୍ୟମୟ ସ୍ଥାନ' କୁହାଯାଏ । ଏହି ସ୍ଥାନରେ ଜଣେ ବ୍ୟକ୍ତି ବଙ୍କା ହୋଇ ସହଜରେ ଛିଡ଼ା ହୋଇପାରେ । ଅଧିକ ବଙ୍କା ହୋଇ ଛିଡ଼ା ହେଲେ ମଧ୍ୟ ପଡ଼ିବାର କୌଣସି ସମ୍ଭାବନା ନଥାଏ। ବାସ୍ତବରେ ଏଠାରେ ଜିରୋ ହୋଇଯାଏ ମାଧ୍ୟାକର୍ଷଣ ଶକ୍ତି ।
ଏହି ସ୍ଥାନକୁ କିଛି ରିସର୍ଚ୍ଚର୍ସ ୧୯୩୯ରେ ଖୋଜିଥିଲେ । ଖାସ୍ କଥା ହେଉଛି ଏହି କ୍ଷେତ୍ରଟି ମାତ୍ର ୧୫୦ ବର୍ଗଫୁଟ ଉପରେ ରହିଛି । ୧୯୪୦ ମସିହାରେ ଜଜ୍ ପ୍ରେଥେର ନାମକ ଜଣେ ବ୍ୟକ୍ତି ଏହି ସ୍ଥାନକୁ ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା । ରିସର୍ଚ୍ଚସ ଏହି ସ୍ଥାନର ସନ୍ଧାନ ଲଗାଉଥିବା ବେଳେ ସେମାନେ ଅନୁଭବ କରିଥିଲେ କି ଏହି ସ୍ଥାନରେ କିଛି ଅଜବ ଶକ୍ତି ରହିଛି ।
ଆମେରିକାର ମିଚିଗାନରେ ମଧ୍ୟ ଏପରି ଏକ ରହସ୍ୟମୟ ସ୍ଥାନ ରହିଛି । ଏଠାରେ ମଧ୍ୟ କାମ କରେନି କୌଣସି ମାଧ୍ୟାକର୍ଷଣ ଶକ୍ତି । ଏହି ସ୍ଥାନଟି 'St. Ignace Mystery Spot' ଭାବରେ ଜଣାଶୁଣା। ଏହି ସ୍ଥାନର ସନ୍ଧାନ ୧୯୫୦ ମସିହାରେ ଲଗାଯାଇଥିଲା । ଏଠାରେ ମଧ୍ୟ ଲୋକେ ବଙ୍କା ହୋଇ ଠିଆ ହୋଇପାରିବ ଏବଂ ଆଦୌ ପଡ଼ିବେ ନାହିଁ । ଏହି କ୍ଷେତ୍ର ୩୦୦ ବର୍ଗଫୁଟ ଉପରେ ରହିଛି ।
ସେହିପରି ଆମେରିକାର ଦକ୍ଷିଣ ଡାକୋଟାଠାରେ ମଧ୍ୟ ଏପରି ଅନ୍ୟ ଏକ ସ୍ଥାନ ରହିଛି । ଏଠାରେ ମଧ୍ୟ କାମ କରେନି କୌଣସି ମାଧ୍ୟାକର୍ଷଣ ଶକ୍ତି । ଏହି ସ୍ଥାନଟିର ନାଁ ହେଉଛି 'Cosmos Mystery Area' । ମାଧ୍ୟାକର୍ଷଣ ଶକ୍ତି ନଥିବା କାରଣରୁ ଏଠାରେ ଥିବା ଗଛଗୁଡିକ ମଧ୍ୟ ବଙ୍କା ହୋଇ ରହିଥିବାର ଦେଖିବାକୁ ମିଳେ । ଏହାବ୍ୟତୀତ ଯେକୌଣସି ବ୍ୟକ୍ତି ବି ଏଠାରେ ଠିଆ ହେଲେ ବଙ୍ଗା ହୋଇ ରହିଥାନ୍ତି ।
ବିଦେଶରେ ତ ଅନେକ ସ୍ଥାନ ଏପରି ରହିଛି, କିନ୍ତୁ ଭାରତର ମଧ୍ୟ ରହସ୍ୟରୁ ପଡିନି ବାଦ । ଏପରି ଏକ ସ୍ଥାନ ରହିଛି ଲଦାଖରେ । ଯାହାକୁ କୁହାଯାଏ ମ୍ୟାଗ୍ନେଟିକ୍ ହିଲ୍ । ଏହା ଖୁବ୍ ରହସ୍ୟମୟୀ । ଏଠାରେ ଗାଡି ଚଳାଇବାର କୌଣସି ଆବଶ୍ୟକତା ପଡିନଥାଏ । ଗାଡି ଆପେ ଆପେ ପାହାଡ ଆଡକୁ ଭିଡି ହୋଇ ଯାଇଥାଏ ।
ଏମିତିକି ଯଦି କେହି ଗାଡିର ଚାବି କାଢି ଦେଇ ରଖିଦିଅନ୍ତି ତେବେ ବି ଗାଡି ଉପରକୁ ଉଠିବା ବନ୍ଦ କରିନଥାଏ । ଏହା ସ୍ୱୟଂଚାଳିତ ଭାବରେ ଉପରକୁ ଉଠିଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଏହା ଘଣ୍ଟା ପ୍ରତି ୨୦ କିଲୋମିଟରରୁ ଅଧିକ ବେଗରେ ଗତି କରିଥାଏ ।
ରହସ୍ୟରେ ଭରା ଝରଣା । ଏହାର ପାଣି ତଳକୁ ନୁହେଁ ବରଂ ଉପରକୁ ବହିଥାଏ । ଏହାକୁ କବଲଶେତ ପଏଣ୍ଟ କୁହାଯାଏ । ମହାରାଷ୍ଟ୍ରର ସିହ୍ନାଗଡ ଦୁର୍ଗ ନିକଟରେ ଏହା ଅବସ୍ଥିତ । ଏହି ଦୃଶ୍ୟ ଦେଖିବା ପରେ ଯେକେହି ବି ହୋଇଯିବେ ଆଶ୍ଚର୍ଯ୍ୟ । କୁହାଯାଏ କି ଏହି ଜଳପ୍ରପାତରେ ମାଧ୍ୟାକର୍ଷଣ ଶକ୍ତି କାମ କରେନି । କିନ୍ତୁ ଅନେକ ବୈଜ୍ଞାନିକଙ୍କ ଅନୁଯାୟୀ ଏଠାରେ ଅଧିକ ବାୟୁ ପ୍ରଭାବ ଯୋଗୁଁ ଏପରି ହୋଇଥାଏ ।