ଜାତୀୟ ଗଣମାଧ୍ୟମଗୁଡ଼ିକର ଭୁଲ୍ ରିପୋର୍ଟିଂକୁ ନେଇ ଉଠିଲା ପ୍ରଶ୍ନ; ଓଡ଼ିଶାର ପୌର ନିର୍ବାଚନକୁ ନେଇ ଭୁଲ୍ ରିପୋର୍ଟ ଦେଖାଇଲେ ନ୍ୟାସ୍‌ନାଲ ମିଡିଆ

Published By : Prameya-News7 Bureau | March 26, 2022 IST

ଭୁବନେଶ୍ୱର: ଓଡ଼ିଶାର ପୌର ନିର୍ବାଚନର ଆଜି ଫଳାଫଳ ଘୋଷଣା ହୋଇଛି। ଏଥିରେ ୩ଟି ମେୟର ଆସନ ସହିତ ବିଜେଡି ମୋଟ ୭୬ଟି ପୌରାଧ୍ୟକ୍ଷ ଜିତିଥିବା ବେଳେ ବିଜେପି ଜିତିଛି ୧୬ ଓ କଂଗ୍ରେସ ୭ଟି ଆସନରେ ବିଜୀୟ ହୋଇଛି। ସେହିପରି ସ୍ୱାଧୀନ ପ୍ରାର୍ଥୀମାନେ ୯ଟିରେ ବିଜୟୀ ହୋଇଛନ୍ତି।

{"id":605517,"sizeSlug":"full","linkDestination":"none"}

ହେଲେ ରାଜ୍ୟର ପୌର ନିର୍ବାଚନକୁ ନେଇ ଜାତୀୟ ଗଣମାଧ୍ୟମକୁ ଗୁଡ଼ିକରେ ଯେଉଁ ବିଭ୍ରାନ୍ତି ଖବର ପ୍ରକାଶ ପାଇଛି ତାକୁ ନେଇ ଏବେ ସମାଲୋଚନା ଆରମ୍ଭ ହୋଇଗଲାଣି। ଜାତୀୟ ଗଣମାଧ୍ୟମ ଆଜ୍‌ତକ୍‌ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ମୋଟ ୧୦୮ ପୌର ଆସନ ମଧ୍ୟରୁ ବିଜେଡି ୯୫ ଆସନ ଜିତିଛି। ସେହିପରି ବିଜେପି ୬ ଓ କଂଗ୍ରେସକୁ ମିଳିଛି ୪ ଆସନ।

{"id":605518,"sizeSlug":"full","linkDestination":"none"}

ସେହିପରି ଏନ୍‌ଡିଟିଭରେ ପ୍ରକାଶିତ ତଥ୍ୟ ଅନୁସାରେ ୧୦୮ ଆସନରୁ ବିଜେଡି ୯୫ ଆସନ ଜିତିଥିବା ବେଳେ ବିଜେପି ୬ ଓ କଂଗ୍ରେସ ୪ ଆସନ ଜିତିଛି। ତେବେ ପ୍ରେସ୍‌ ବିଜ୍ଞପ୍ତିକୁ ଆଧାରଣ କରି ଏନ୍‌ଡିଟିଭି ଏହି ରିପୋର୍ଟ ଲେଖିଥିବା କହିଛି। ଅନ୍ୟପଟେ ଅମର ଉଜାଲା ବି ବିଜେଡି ୯୫ ପୌରାଧ୍ୟକ୍ଷ ହାତେଇଥିବା ରିପୋର୍ଟରେ ଲେଖା ହୋଇଛି।

{"id":605519,"width":839,"height":733,"sizeSlug":"full","linkDestination":"none"}

ତେବେ ନ୍ୟୁଜ୍ ଏଜେନ୍ସି ଏଏନ୍‌ଆଇ ସଠିକ ଖବର ପ୍ରକାଶ କରିଥିଲେ ବି ଜାତୀୟ ଗଣମାଧ୍ୟମଗୁଡ଼ିକ କେଉଁ ଆଧାରରେ ରିପୋର୍ଟ ପ୍ରକାଶ କଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଯଦି ଏଭଳି ଭ୍ରମାତ୍ମକ ରିପୋର୍ଟିଂ  ହେବ ତେବେ ଭାରତର ଅନ୍ୟ ରାଜ୍ୟରେ ରହୁଥିବା ଲୋକ ଜାତୀୟ ଗଣମାଧ୍ୟମଙ୍କ ରିପୋର୍ଟ ଉପରେ ପୂର୍ଣ୍ଣ ଭରସା କରିପାରିବେ ତ ? ସେ ନେଇ ଏବେ ପ୍ରଶ୍ନ ଉଠିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.