ଜାତୀୟ ସ୍ତରର ମହିଳା ଖେଳାଳୀଙ୍କୁ ଦୁଷ୍କର୍ମ : ୬ବର୍ଷରୁ ବ୍ଲାକମେଲ୍ କରି ଯୌନ ନିର୍ଯାତନା ଦେଉଥିଲା ପିଉସା

Published By : Prameya-News7 Bureau | December 15, 2020 IST

ମୁଜାଫରନଗର ୧୫/୧୨: ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାରେ ଜଣେ ଜାତୀୟ ସ୍ତରର ମହିଳା ଖେଳାଳୀଙ୍କ ସହ ଦୀର୍ଘ ବର୍ଷ ଯାଏଁ ଦୁଷ୍କର୍ମ ମାମଲା ସାମନାକୁ ଆସିଛି। ମହିଳା ଖେଳାଳୀ ଜଣେ ସମ୍ପର୍କୀୟ ପିଉସାଙ୍କ ଉପରେ ୬ବର୍ଷରୁ ବ୍ଲାକମେଲ୍ କରି ଦୁଷ୍କର୍ମ କରିବାର ଅଭିଯୋଗ କରି ପୋଲିସକୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି। ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇ ୩ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏବେ ପୋଲିସ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କରୁଛି।

ମୁଜାଫରନଗରରେ ରହୁଥିବା ଜାତୀୟ ସ୍ତରର ସଫ୍ଟବଲ୍ ମହିଳା ଖେଳାଳୀ କହିଛନ୍ତି ଯେ ୬ବର୍ଷ ତଳେ ବାର୍ଥ ସାର୍ଟିଫିକେଟ କରିବା ପାଇଁ ସେ ନିଜ ସମ୍ପର୍କୀୟ ପିଉସାଙ୍କ ସହ ଯୋଗାଯୋଗ କରିଥିଲେ। ଯେତେବେଳେ ସେ ବାର୍ଥ ସାର୍ଟିଫିକେଟ ଆଣିବାକୁ ତାଙ୍କ ପାଖକୁ ଯାଇଥିଲେ ସେତେବେଳେ ସେହି ବ୍ୟକ୍ତି ଜଣକ ତା ସହଯୋଗୀଙ୍କ ସହ ମିଶି ବନ୍ଧୁକ ଦେଖାଇ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ତାଙ୍କ ଫଟୋ ମଧ୍ୟ ଉଠାଇଥିଲେ।

ପୀଡ଼ିତାଙ୍କ କହିବା ଅନୁସାରେ ସେହି ଘଟଣା ପରେ ୬ବର୍ଷ ହେବ ପିଉସା ଏବଂ ତା ସହଯୋଗୀ ତାଙ୍କୁ ବ୍ଲାକମେଲ୍ କରି ଲଗାତାର ତାଙ୍କ ଯୌନ ଶୋଷଣ କରୁଛନ୍ତି। ବିରୋଧ କରିବାରୁ ସୋସିଆଲ୍ ମିଡିଆରେ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍ କରିବାର ଧମକ ଦେଇଥିଲେ। ଏବେ ସେମାନେ ତାଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ କରି ଦେଇଛନ୍ତି। ଏବେ ପୀଡ଼ିତା ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ଦେବାକୁ ଚାହୁଁଛନ୍ତି।

ପ୍ରଥମ ସୂଚନା ଆଧାରରେ ମାମଲା ରୁଜୁ କରାଯାଇଛି। ସମସ୍ତ ତଥ୍ୟର ଯାଞ୍ଚ କରାଯିବ। ଏହା ପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ କରାଯିବ। ଏବେ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.