ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜନ ହେବ ଫେନ୍ସିଂ ଚମ୍ପିୟାନ୍‌ସିପ, ଭାଗ ନେବେ ୬୫୦ ଖେଳାଳି

Published By : Prameya-News7 Bureau | June 22, 2022 IST

କଟକ, ୨୨/୦୬: ଆସନ୍ତା ୨୯ ତାରିଖରୁ କଟକରେ ଆରମ୍ଭ ହେବ ୩୦ ତମ ଜାତୀୟ ଜୁନିୟର ଫେନ୍ସିଂ ଚମ୍ପିୟାନ୍‌ସିପ । ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ହେବ ଏହି ମେଗା ଇଭେଣ୍ଟ । ଉଭୟ ରାଜ୍ୟ ସରକାର ଓ ଫେନ୍ସିଂ ରାଜ୍ୟ ସଂଘର ମିଳିତ ଉଦ୍ୟମରେ ଏହି ପ୍ରତିଯୋଗୀତା ଇଣ୍ଡୋର ଷ୍ଟାଡିଅମରେ ଖେଳାଯିବ । ୪ ଦିନ ଧରି ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୩୦ ରାଜ୍ୟରୁ ପୁରୁଷ ଓ ୨୮ଟି ରାଜ୍ୟରୁ ମହିଳା ଏହି ଭାଗନେବେ ।

ମୋଟ ୬୫୦ ଜଣ ଖେଳାଳି ଏହି ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଚୟନ ହୋଇଛନ୍ତି । ଆମ ରାଜ୍ୟ ଏହି ପ୍ରତିଯୋଗିତାରେ ନିଶ୍ଚିତ ଭଲ ପଦର୍ଶନ କରିବ ବୋଲି ଆଶା କରାଯାଉଛି । କାରଣ ଅନେକ ଦିନ ଧରି ଓଡିଶା ଟିମ ବିଭିନ୍ନ କ୍ୟାମ୍ପ ଜରିଆରେ ଭଲ ଅଭ୍ୟାସ କରିଛି । ତେବେ ଏହି ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛି ସଙ୍ଘ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.