ଗାନ୍ଧିନଗର: ଗୁଜାରାଟରେ ବର୍ଷା ଓ ବନ୍ୟା ବିତ୍ପାତ ଜାରି । ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଜନଜୀବନ । ଗତ ଦିନ ଭିତରେ ବିପର୍ଯ୍ୟୟ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଛି । ପ୍ରାୟ ୪୦ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ଉଦ୍ଧାର କାର୍ଯ୍ୟାରେ ସେନା ମୁତୟନ ହୋଇଛି । ଲଗାଣ ବର୍ଷା ଯୋଗୁ ଭଦୋଦରା ସମେତ ଅନେକ ସହରର ସ୍ଥିତି ଗମ୍ଭୀର ହୋଇଛି । ଅଧିକାଂଶ ସହରରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସ୍ଥିତି ଏଭଳି ହୋଇଛି ଯେ, ବନ୍ୟା ପାଣିରେ କୁମ୍ଭୀରର ସବୁ ରାସ୍ତା ଉପରକୁ ଉଠି ଆସିଛନ୍ତି । ଲୋକଙ୍କ ଘର ଭିତରେ କୁମ୍ଭୀର ପସିଯାଇଥିବା ଦେଖିବାକୁ ମିଳିଛି । ଅନ୍ୟ ପାଣିପାଗ ବିଭାଗର ସୂଚନା ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଆରବ ସାଗରରେ ଏକ ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଥିବା କୁହାଯାଉଛି ।
ଭାରତୀୟ ପାଣିପାଗ ବିଭାଗ ଦ୍ବାରା ଜାରି ହୋଇଥିବା ପାଣିପାଗ ଖବର ମୁତାବକ, ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ମଧ୍ୟରେ ଏହି ସାମୁଦ୍ରିକ ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି । ଶୁକ୍ରବାର ଉପର ଆରବ ସାଗରରେ ସୃଷ୍ଟି ହୋଇ ଓମାନ ଉପକୂପ ଦେଇ ଆଗକୁ ବଢ଼ିବ ବୋଲି ଆଇଏମଡି କହିଛି । ଏହାର ପ୍ରଭାବ ସୌରାଷ୍ଟ୍ର ଏବଂ କଚ୍ଛ ଉପରେ ପଡ଼ିବ ବୋଲି କୁହାଯାଇଛି ।
୧୯୭୬ ପରେ ଅଗଷ୍ଟ ମାସରେ ଆରବ ସାଗରରେ ସମୁଦ୍ରିକ ଝଡ଼ ସୃଷ୍ଟି ହେବାର ଏହା ପ୍ରଥମ ଘଟଣା । ୧୯୭୬ ମସିହା ଅଗଷ୍ଟ ମାସରେ ବାତ୍ୟା ବଙ୍ଗୋପସାଗରରେ ବିକଶିତ ହୋଇଥିଲା । ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି, ଆରବ ସାଗରରେ ଏକ ଲୁପିଂ ଟ୍ରାକ୍ କରି ଓମାନ ଉପକୂଳରେ ଦୁର୍ବଳ ହୋଇଯାଇଥିଲା । ଆଇଏମଡି କହିଛି, ଅଗଷ୍ଟ ମାସରେ ଆରବ ସାଗରରେ ବାତ୍ୟା ସୃଷ୍ଟି ହେବା ଏକ ଦୁଲର୍ଭ ଘଟଣା । ଏପଟେ ଗୁଜରାଟରେ ଲଗାତାର ବର୍ଷା ଜାରି ରହିଥିବା ବେଳେ ଆରବ ସାଗରରେ ବତ୍ୟା ସୃଷ୍ଟି ହେବା ଖବର ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି ।
ଆଇଏମଡି ଅନୁଯାୟୀ, ଚଳିତ ବର୍ଷ ଜୁନ ପହିଲାରୁ ୨୯ ଅଗଷ୍ଟ ମଧ୍ୟରେ ସୌରାଷ୍ଟ୍ର ଏବଂ କଚ୍ଛ କ୍ଷେତ୍ରରେ ସର୍ବାଧିକ ବର୍ଷା ହୋଇଛି । ପ୍ରାୟ ୭୯୯ମି.ମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଏହି ସମୟରେ ପ୍ରତିବର୍ଷ ୪୩୦.୬ମି.ମି ବର୍ଷା ହୋଇଥାଏ । ଏଥପ କିନ୍ତୁ ଗୁଜରାଟ ସର୍ବାଧିକ ବର୍ଷା ହୋଇଛି ।