ଭରତପୁରରେ ମର୍ମନ୍ତୁଦ ଦୁର୍ଘଟଣା, ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନ ବସ୍ରେ ଯିବାବେଳେ ମାଡିଗଲା ଟ୍ରକ୍
13/09/2023 at 3:05 PM

ରାଜସ୍ଥାନ ୧୩/୦୯: ରାଜସ୍ଥାନ ଭରତପୁରରେ ମର୍ମନ୍ତୁଦ ଦୁର୍ଘଟଣା । ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନ ବସ୍ରେ ଯିବାବେଳେ ମାଡିଗଲା ଟ୍ରକ୍ । ଏକାଳରେ ଚାଲିଯାଇଛି ୧୧ ଜୀବନ ।ସେପଟେ ଘଟଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ରାଜସ୍ଥାନ ଭରତପୁରର ଏକ ଜାତୀୟ ରାଜପଥ ଉପରେ ବସ୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଯାତ୍ରୀବାହି ବସ୍ ରାଜସ୍ଥାନ ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନ ଯାଉଥିବା ରାସ୍ତାରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୧୧ଜଣଙ୍କ ଜୀବନ ଚାଲିଯାଇଛି ।
ଆହତ ବ୍ୟକ୍ତିଙ୍କ ମଧ୍ୟରୁ ଜଣଙ୍କର କହିବା ଅନୁସାରେ, ବସର ପଛପଟେ କିଛି ଯାତ୍ରୀ ଛିଡା ହୋଇ ଯାତ୍ରା କରୁଥିଲେ । ଅଚାନକ ଟ୍ରକ୍ ଆସି ବସକୁ ଧକ୍କା ଦେଇଥିଲା । ଯେଉଁ ଯାତ୍ରୀମାନେ ପଛରେ ଛିଡା ହୋଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ପ୍ରାଣ ହରାଇଥିବାବେଳେ ଅନେକ ଯାତ୍ରୀ ଗୁରୁତ ଆହତ ହୋଇଛନ୍ତି ।
ସେପଟେ ଘଟଣା ନେଇ ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଲେଖାଏଁ ସହାୟତା ରିଶି ଘୋଷଣା କରିଛନ୍ତି । ସେହପରି ସମସ୍ତ ମୃତକଙ୍କ ଆତ୍ମାର ସଦ୍ଗତି କାମନା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋତ ଗେହଲଟ୍ । ସେ କହିଛନ୍ତି ତାଙ୍କ ପରିବାରକୁ ଭଗବାନ ସାହାସ ଦିଅନ୍ତୁ । ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ସମସ୍ତ ଆହତଙ୍କୁ ଶୀଘ୍ର ସୁସ୍ଥ ହୁଅନ୍ତି । “