ପାଟଣାରେ ଭାରତ ବନ୍ଦର ପ୍ରଭାବ: ୪୯ ନମ୍ବର ଜାତୀୟ ରାଜପଥରେ ଅଖଚକ ବନ୍ଦ

Published By : Prameya-News7 Bureau | September 27, 2021 IST

ପାଟଣା, ୨୭।୦୯: କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ସାରା ଦେଶରେ ସୋମବାର ୧୦ ଘଣ୍ଟିଆ ଭାରତ ବନ୍ଦଡାକରା ଦେଇଛି। ଏହି ଡାକରାକୁ ସମର୍ଥନ କରି  କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଦେଇଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ନିହ୍ନୁଆଁ ନିକଟରେ ପାଟଣା ବ୍ଲକ କଂଗ୍ରେସ ସଭାପତି ଶତ୍ରୁଘ୍ନ ସିଂହଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ବିରୋଧ କରି ତୁରନ୍ତ କଳା କୃଷି ଆଇନ ପ୍ରତ୍ୟାହାର, ତୈଳ ଦର କମାଇବା, ବେକାରୀ ସମସ୍ୟା ଦୂର କରିବା ଆଦି ଦାବିରେ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏହି ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ଉପସଭାପତି କୈଳାସ ଚନ୍ଦ୍ର ବାରିକଙ୍କ ସମେତ କଂଗ୍ରେସ କର୍ମୀ ଗୋବର୍ଦ୍ଧନ ସିଂହ, ପ୍ରଫୁଲ ଦାସ, ଈଶ୍ୱର ଚନ୍ଦ୍ର ଦେହୁରୀ, ସୁବଳ ସାହୁ, ସୁବୋଧ ସେଠୀ, ନିରଞ୍ଜନ ନାଏକ, ଅର୍ଜୁନ ଚରଣ ବେହେରା, ଲକ୍ଷ୍ମଣ ନାଏକ, ବ୍ରଜବନ୍ଧୁ ନାଏକ, ମାନସ ରଞ୍ଜନ ନାଏକ ପ୍ରମୁଖ ସାମିଲ ହୋଇ ସରକାରୀ ଏବଂ ବେସରକାରୀ ଅଫିସକୁ ବନ୍ଦ କରିବା ସହ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଯାନ ବାହାନ ଅଟକି ରହିଥିଲା । ଏହା ସହ ଗମନା ଗମନ ବ୍ୟାହତ ହେବା ସହ ଜନ ସାଧାରଣ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.